ରାହୁଲଙ୍କୁ ବାଳକବୁଦ୍ଧି କହି ମୋଦିଙ୍କ ଆକ୍ରମଣ

Odishakhabar:

 ନୂଆଦିଲ୍ଲୀ: ଲୋକସଭା ଅଧିବେଶନର ଆଜି ସପ୍ତମ ଦିନରେ ମଧ୍ୟ ପ୍ରବଳ ହୋ ହଲ୍ଲା ହଟ୍ଟଗୋଳରେ କମ୍ପିଛି ଗୃହ । ରାଷ୍ଟ୍ରପତିଙ୍କ ଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଜବାବ ଦେଇ ବିରୋଧୀଙ୍କୁ ତୀବ୍ର ଆକ୍ରମଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାଷଣ ବେଳେ ବିରୋଧୀଙ୍କ ମଣିପୁର ସ୍ଲୋଗାନ ମଧ୍ୟରେ କଂଗ୍ରେସକୁ ଟାର୍ଗେଟ କରି ମୋଦି କହିଛନ୍ତି, ଦେଶ ଲମ୍ବା ସମୟ ଧରି ତୁଷ୍ଟୀକରଣ ମଡେଲ ଦେଖିଆସିଛି । ହେଲେ ଆମେ ତୁଷ୍ଟୀକରଣ ନୁହେଁ, ସନ୍ତୁଷ୍ଟିକରଣ ମନ୍ତ୍ରରେ ଚାଲିଛୁ । ୧୯୮୪ ପରେ ୧୦ଟି ଲୋକସଭା ନିର୍ବାଚନ ହୋଇଛି, କିନ୍ତୁ କଂଗ୍ରେସ ୨୫୦ ଆସନ ଛୁଇଁପାରିନି । ୧୩ ରାଜ୍ୟରେ ଜିରୋ ସିଟ୍ ଆସିଛି, ତଥାପି ସେମାନେ ବୟାନବାଜି କରୁଛନ୍ତି । ଦେଶବାସୀ କଂଗ୍ରେସକୁ ଏହି ନିର୍ବାଚନରେ ବିରୋଧୀ ଆସନରେ ବସିବାକୁ ସଙ୍କେତ ଦେଇଛନ୍ତି । ଲଗାତାର ଦଳ ତୃତୀୟ ଥର ଶହେ ଛୁଇଁପାରିନି । କଂଗ୍ରେସ ଇତିହାସରେ ଏହା ତୃତୀୟ ସର୍ବାଧିକ ଖରାପ ପ୍ରଦର୍ଶନ । କଂଗ୍ରେସ ପରାଜୟକୁ ସ୍ବୀକାର କରି ଆତ୍ମସମୀକ୍ଷା କରିବା କଥା ।

ରାହୁଲ ଗାନ୍ଧୀଙ୍କ ନାଁ ନେଇ ତାଙ୍କୁ କଟାକ୍ଷ କରି ମୋଦି କହିଛନ୍ତି ଯେ, ଗତକାଲି ସଂସଦରେ ଖୁବ୍ ମିଛ କଥା କୁହାଯାଇଥିଲା । ଇଭିଏମ, ସମ୍ବିଧାନକୁ ନେଇ କହିଥିବା ମିଛ ସୀମା ଟପିଯାଇଛି । ସମ୍ବିଧାନର ଗାରିମା ସହ ଖେଳିବା ସଂସଦ ପାଇଁ ଦୁର୍ଭାଗ୍ୟଜନକ । କାଲି ଗୃହରେ ବାଳକବୁଦ୍ଧିର ବିଳାପ ଚାଲିଥିଲା । ସିମ୍ପାଥି ପାଇବାକୁ ଦେଶରେ ଏବେ ଏପରି ନୂଆ ଡ୍ରାମା ଚାଲିଛି । କାଲି ଯାହା ଘଟିଲା, ତାକୁ ଗମ୍ଭୀରତାର ସହ ନେବାକୁ ପଡିବ । ଏଭଳି ଆଚରଣକୁ ବାଳକବୁଦ୍ଧ କହି ଅଣଦେଖା କରା

ିବା କଥା ନୁହେଁ । ଏଭଳି ଆଚରଣ ଦେଶର ମହାନ ପରମ୍ପରା ପ୍ରତି କୁଠାରଘାତ । ଏଥିପାଇଁ କଠୋର କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ । ଏଥିସହ ଏପରି ଭୁଲ ମନ୍ତବ୍ୟ ପାଇଁ ତାଙ୍କୁ (ରାହୁଲ) ସର୍ବୋଚ୍ଚ କୋର୍ଟରେ କ୍ଷମା ମାଗିବାକୁ ପଡିଛି ବୋଲି କହି ରାହୁଲଙ୍କୁ ତାଚ୍ଛଲ୍ୟ କରିଛନ୍ତି ମୋଦି ।

ଗତକାଲି ରାହୁଲ ହାତରେ ମହାଦେବ, ଗୁରୁ ନାନକଙ୍କ ଫଟୋ ଧରି ଯେଉଁମାନେ ହିଂସ୍ର ଆଚରଣ କରୁଛନ୍ତି, ସେମାନେ ହିନ୍ଦୁ ନୁହଁନ୍ତି ବୋଲି କହି ବିଜେପିକୁ ଟାର୍ଗେଟ କରିଥିଲେ । ଏନେଇ ଆଜି ମୋଦି ପାଲଟା ଆକ୍ରମଣ ପୂର୍ବକ, ହିନ୍ଦୁଙ୍କୁ ହିଂସୁକ କହିବା ଆପଣଙ୍କର ସଂସ୍କାର ? ଏହା ଆପଣଙ୍କର ଚରିତ୍ର ବୋଲି ପ୍ରଶ୍ନ କରିବା ସହ ଏହାକୁ ଏ ଦେଶ କେବେ ଭୁଲିବ ନାହିଁ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି, ୧୩୧ ବର୍ଷ ପୂର୍ବେ ସ୍ବାମୀ ବିବେକାନନ୍ଦଜୀ ଚିକାକୋରେ କହିଥିଲେ ମୁଁ ଗର୍ବିତ ଯେ ମୁଁ ସେହି ଧର୍ମକୁ ଆସିଛି ଯିଏ ପୁରା ଦୁନିଆକୁ ସହିଷ୍ଣୁତା ଏବଂ ବୈଶ୍ବିକ ସ୍ବୀକୃତି ଶିଖାଇଛି । ହିନ୍ଦୁମାନଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିବା ପାଇଁ ଷଡଯନ୍ତ୍ର କରାଯାଉଛି । ଏହା ଅତ୍ୟନ୍ତ ଗମ୍ଭୀର ବିଷୟ ।

ପ୍ରଧାନମନ୍ତ୍ରୀ ନିଜ ଭାଷଣରେ ଆହୁରି ମଧ୍ୟ କହିଛନ୍ତି ଯେ, ଏନଡିଏ ତୃତୀୟ ଥର କ୍ଷମତାକୁ ଆସିବା ଏକ ଐତିହାସିକ ଘଟଣା । ସ୍ବାଧୀନତା ପରେ ଦେଶରେ ଦ୍ବିତୀୟ ଥର ଏମିତି ସୌଭାଗ୍ୟ ଆସିଛି । ଲୋକସଭା ନିର୍ବାଚନ ସହିତ ଆମେ ବିଧାନସଭା ହୋଇଥିବା ୪ଟି ରାଜ୍ୟରେ ସଫଳତା ପାଇଛୁ । ଓଡ଼ିଶାରେ ଆମକୁ ଭରପୁର ଆଶୀର୍ବାଦ ମିଳିଛି । ଆନ୍ଧ୍ରପ୍ରଦେଶରେ ଏନଡିଏ କ୍ଲିନ ସ୍ବିପ କରିଛି । ଅରୁଣାଚଳ ପ୍ରଦେଶ ଓ ସିକିମରେ ଆମେ ପୁଣିଥରେ ସରକାର କରିଛୁ । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ ପ୍ରଚଣ୍ଡ ବିଜୟ ପାଇଛୁ । କେରଳରେ ବିଜେପି ଏଥର ଖାତା ଖୋଲିଛି । ତାମିଲନାଡୁରେ ମଧ୍ୟ କଡା ଟକ୍କର ଦେଇଛି ।

ଦୁର୍ନୀତି ପ୍ରତି ଶୂନ୍ୟ ସହ୍ୟ ନୀତି ରହିବ ବୋଲି ପ୍ରଥମରୁ କହିଥିଲି । ଆମ କାର୍ଯ୍ୟ ଦେଖି ଲୋକେ ଆମ ଉପରେ ବିଶ୍ବାସ ରଖିଲେ । ଲୋକଙ୍କ ବିଶ୍ବାସର ଫଳସୂରୁପ ତୃତୀୟ ଥର ଆମକୁ ଜିତାଇଛନ୍ତି । ଆମ ପାଇଁ ଦେଶ ପ୍ରଥମ । ଭାରତ ଆମ ପାଇଁ ସର୍ବାଗ୍ରେ । ଦେଶର ସବୁ ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ପ୍ରୟାସ କରିଚାଲିଛୁ । ଦେଶ ଲମ୍ବା ସମୟ ଧରି ତୁଷ୍ଟୀକରଣ ମଡେଲ ଦେଖିଆସିଛି । ହେଲେ ଆମେ ତୁଷ୍ଟୀକରଣ ନୁହେଁ, ସନ୍ତୁଷ୍ଟିକରଣ ମନ୍ତ୍ରରେ ଚାଲିଛୁ । ସମାଜର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ବିକାଶ ପହଞ୍ଚାଇବାକୁ ଚେଷ୍ଟା କରୁଛୁ । ସେଥିପାଇଁ ଦେଶବାସୀ ଆମ ଉପରେ ପୁଣିଥରେ ଭରସା କରିଛନ୍ତି ବୋଲି ମୋଦି କହିଛନ୍ତି ।

ଆହୁରି କହିଛନ୍ତି ଯେ, ଜମ୍ମୁ-କାଶ୍ମୀରରେ କିଛି ହୋଇପାରିବନି ବୋଲି କୁହାଯାଉଥିଲା । ଆମେ ଧାରା ୩୭୦ ଉଚ୍ଛେଦ କଲୁ । କାଶ୍ମୀର ଏବେ ଗଣତନ୍ତ୍ରର ବାର୍ତ୍ତାବହ ପାଲଟିଛି । ୨୦୧୪ ପୂର୍ବରୁ ବାହ୍ୟ ଶକ୍ତି ଡରରେ ସେମାନେ ହାତ ଛନ୍ଦି ବସୁଥିଲେ । ଏବେ ଭାରତ ସର୍ଜିକାଲ ଷ୍ଟ୍ରାଇକରେ ଘରେ ପଶି ଆକ୍ରମଣ କରୁଛି । ଭାରତ କିଛି ବି କରିଦେବ ବୋଲି ଏକ ସନ୍ଦେଶ ଦିଆଯାଇଛି । ସେହିପରି ୧୦ ବର୍ଷରେ ଦେଶର ଅର୍ଥନୀତିକୁ ୧୦ରୁ ୫ ନମ୍ବରକୁ ଆଣିଛୁ । ଆଗାମୀ ଦିନରେ ଭାରତ ବିଶ୍ବର ତୃତୀୟ ସର୍ବବୃହତ ଅର୍ଥବ୍ୟବସ୍ଥା କରିବୁ ।

Relaited News

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ; ସାର୍ବଜନୀନ ହେବ ଜଷ୍ଟିସ ରଘୁବୀର ଦାସ କମିଶନ ରିପୋର୍ଟ

ନିଷ୍ପତ୍ତି ସମ୍ପର୍କରେ ଭାରତୀୟ ପ୍ରତ୍ନତାତ୍ତିକ ବିଭାଗ ‘ଏଏସଆଇ’ ସୁପରିଟେଣ୍ଡେଣ୍ଟ ଡି.ବି ଗଡନାୟକ ସୂଚନା ଦେଇଛନ୍ତି । 2018 ମସିହାର ରିପୋର୍ଟ ଓ ଲେଜର ସ୍କାନିଂ ରିପୋର୍ଟ ଆଧାରରେ ରତ୍ନଭଣ୍ଡାର ଖୋଲାହେବ । ରତ୍ନଭଣ୍ଡାର କମିଟି ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି ସମ୍ପର୍କରେ ନିଷ୍ପତ୍ତି ନେବ । ଭାରତୀୟ ପ୍ରତ୍ନତାତ୍ତିକ ବିଭାଗ ‘ଏଏସଆଇ&rsq

କେନ୍ଦ୍ରର ବଡ଼ ଘୋଷଣା: ଜୁନ ୨୫ରେ 'ସମ୍ବିଧାନ ହତ୍ୟା ଦିବସ',

ଦେଶ ପାଳିବ 'ସମ୍ବିଧାନ ହତ୍ୟା ଦିବସ' । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ପ୍ରତିବର୍ଷ ଜୁନ ମାସ ୨୫ ତାରିଖକୁ 'ସମ୍ବିଧାନ ହତ୍ୟା ଦିବସ' ଭାବେ ପାଳନ କରାଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟ୍ବିଟର (X) ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି । ତତ୍କାଳୀନ ଇନ୍ଦିରାଗାନ୍ଧୀ ସରକାର ସେହି ସମୟରେ ଏକ ଛତ୍ରବାଦୀ ଶାସନ କରିଥିବାରୁ 'ସ

ରାଜ୍ୟପାଳଙ୍କ ପୁଅ ନାଁରେ ସାଂଘାତିକ ଅଭିଯୋଗ: ରାଜଭବନ କର୍ମଚାରୀଙ୍କୁ ଅତ୍ୟାଚାର

ଭୁବନେଶ୍ୱର: ASOଙ୍କୁ ମାଡମାରିଲେ ରାଜ୍ୟପାଳଙ୍କ ପୁଅ ! ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆସିଛି । ରାଜଭବନ କର୍ମଚାରୀ ଡ୍ୟୁଟିରେ ଥିବା ସମୟରେ ତାଙ୍କୁ ମାଡ଼ ମାରିବା ସହ ଗାଳି ଗୁଳଜ କରିଥିବା ଅଭିଯୋଗ ସାମ୍ନାକୁ ଆସିଛି । ଏନେଇ ରାଜ୍ୟପାଳ ଓ ରାଜ୍ୟପାଳଙ୍କ ସଚିବଙ୍କ ପାଖରେ ଲିଖିତ ଭାବେ ଜଣାଇଥିଲେ ପୀଡିତ ଏଏସଓ ବୈକୁଣ୍ଠନା

ବିଶ୍ବକୁ ଘାରିଛି ଜନସଂଖ୍ୟା ବୃଦ୍ଧି ଚିନ୍ତା: ୨୦୫୦ ସୁଦ୍ଧା ଟପିବ ୧୦୦୦ କୋଟି !

ଦିନକୁ ଦିନ ବଢୁଥିବା ଜନସଂଖ୍ୟା କିଛି ଉପାୟରେ ଲାଭଦାୟକ ହୋଇଥିବା ବେଳେ କିଛି ଉପାୟରେ କ୍ଷତିକାରକ ମଧ୍ୟ । ଜନଗଣନାର ଏକ ବ୍ୟାପକ ଉଦ୍ଦେଶ୍ୟ ଅଛି । ଏହା ଅଧୀନରେ, କୌଣସି ଦେଶର ଭୌଗୋଳିକ ସୀମା ମଧ୍ୟରେ ଜନସଂଖ୍ୟା ବିଷୟରେ ଗଭୀର ସୂଚନା ବୈଜ୍ଞାନିକ ପଦ୍ଧତି ମାଧ୍ୟମରେ ସଂଗୃହିତ ହୁଏ । ସୂଚନା / ତଥ୍ୟକୁ ବିସ୍ତୃତ ଭାବରେ ଅଧ୍ୟୟନ କରିବା ପରେ, ଏହାର ଆଧାରରେ ନୀତି ପ୍ର

ଆଇଏଏସ ପୂଜା ଖେଡକର ମାମଲାର ତଦନ୍ତ ପାଇଁ ଭାରତ ସରକାର ଗଠନ କଲେ କମିଟି

ମୁମ୍ବାଇ: ବଢିବାରେ ଲାଗିଛି ମହାରାଷ୍ଟ୍ରର ଚର୍ଚ୍ଚିତ ଟ୍ରେନି ଆଇଏଏସ ଅଫିସର ପୂଜା ଖେଡ଼କରଙ୍କ ମୁସ୍କିଲ । ବିବାଦ ତାଙ୍କ ପିଛା ଛାଡ଼ିବାର ନାଁ ନେଉନି । ତାଙ୍କର ବାକିଥିବା ପ୍ରୋବେସନ ପିରିୟଡ ପୁଣେ ପରିବର୍ତ୍ତେ ଏବେ ୱାଶିମରେ କଟିବାକୁ ଯାଉଛି । ନିଯୁକ୍ତି ପୂର୍ବରୁ ସେ ଘର, ବ୍ୟକ୍ତିଗତ ଷ୍ଟାଫ ଓ ଗାଡ଼ି ଦାବି କରିଥିଲେ । ତାଙ୍କ ହ୍ବାଟ୍ସଆପ ଚାଟ୍‌ ଭାଇରାଲ

ଅର୍ଦ୍ଧସୈନିକ ବାହିନୀରେ ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ବିରୋଧୀ ଦଳମାନେ ସରକାରଙ୍କୁ ଟାର୍ଗେଟ କରିଚାଲିଥିବାବେଳେ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏବେ ପୂର୍ବତନ ଅଗ୍ନିବୀରମାନଙ୍କୁ ଅର୍ଦ୍ଧସାମରିକ ବାହିନୀରେ ୧୦ ପ୍ରତିଶତ ସଂରକ୍ଷଣ ଦିଆଯିବ। ସିଆଇଏସଏଫ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବ । ଏହାକୁ ନେଇ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସଏଫ) ପକ୍ଷରୁ ସମସ୍ତ ପ୍ର

ସର୍ବୋଚ୍ଚକୋର୍ଟଙ୍କ ବଡ ରାୟ,ଇସଲାମ ଧର୍ମରେ ଛାଡପତ୍ର ପରେ ପତ୍ନୀଙ୍କୁ ଭରଣପୋଷଣ ଦେବେ ସ୍ବାମୀ

ନୂଆଦିଲ୍ଲୀ: ଛାଡପତ୍ର ମାମଲାରେ ମୁସଲିମ୍‌ ମହିଳାଙ୍କ ଅଧିକାର ସମ୍ପର୍କରେ ବଡ ରାୟ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ଯେକୌଣସି କାରଣରୁ ଛାଡପତ୍ର ହେବା ପରେ ମହିଳାଙ୍କୁ ଭରଣପୋଷଣ ବାବଦକୁ ସ୍ବାମୀଙ୍କୁ ଅର୍ଥ ରାଶି ଦେବାକୁ ହେବ । କୌଣସି ଧର୍ମ ଏହି ପ୍ରସଙ୍ଗରେ ବାଧକ ନୁହେଁ । ଏହି କ୍ଷେତ୍ରରେ ଏହା କୌଣସି ଦାନ ରାଶି ନୁହେଁ ବରଂ ତାହା ସେମାନଙ୍କ (ମହିଳା)ଙ୍କର ଅ

ମୋଦିଙ୍କୁ ଋଷର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କଲେ ପୁଟିନ

ନୂଆଦିଲ୍ଲୀ: ଋଷ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କଲେ ସ୍ଥାନୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏକ ଭବ୍ୟ ସମାରୋହରେ ଋଷର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ ସେଣ୍ଟ ଆଣ୍ଡ୍ରୁ ଦି ପ୍ରେଷ୍ଟେଲ’ ସମ୍ମାନ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ନିଜେ ରାଷ୍ଟ୍ରପତି ପୁଟିନ ମୋଦିଙ୍କୁ ସମ୍ମାନିତ କରି

ଅସନ୍ତୋଷ ଝାଡିଲେ ସୁପ୍ରିମକୋର୍ଟ, ବୁଧବାର ସୁଦ୍ଧା ବିସ୍ତୃତ ଷ୍ଟାଟସ ରିପୋର୍ଟ ଦେବେ କେନ୍ଦ୍ର ଓ NTA

ନୂଆଦିଲ୍ଲୀ: ନିଟ୍‌-ୟୁଜି ପରୀକ୍ଷା ପେପର ଲିକ୍‌ ଓ ପରିଚାଳନାରେ ହୋଇଥିବା ଅନିୟମିତତାରେ କେନ୍ଦ୍ର ଓ ପରୀକ୍ଷା ସଂସ୍ଥା ‘ଏନଟିଏ’ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସର୍ବୋଚ୍ଚ କୋର୍ଟ । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ପ୍ରଘଟ ହୋଇଛି,ଏଥିରେ ସନ୍ଦେହ ନାହିଁ । ଏହାକୁ ସ୍ବୀକାର କରିବାକୁ ପଡିବ ବୋଲି କୋର୍ଟ କହିଛନ୍ତି । ଏହା ସହ ଏହି ସଙ୍ଗ

Recent News