କେନ୍ଦୁଝର ଜିଲ୍ଲାରେ ଦୀର୍ଘ ଦିନ ଧରି ନିୟମିତ ଭାବେ କାର୍ଯ୍ୟ ପାଇବା ସହିତ, ପାଉଣା ପାଇବାରୁ ବଞ୍ଚିତ ହେଉଛନ୍ତି ୨ ହଜାର ରୁ ଉର୍ଧ୍ବ ଗାଁସାଥି । ଏଭଳି ଅଭିଯୋଗ କେନ୍ଦୁଝର ଜିଲ୍ଲା ଗାଁ ସାଥି ଓ ମେଟ୍ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ କରାଯାଇଛି । ସେମାନଙ୍କ କାର୍ଯ୍ୟ ଓ ପାଉଣାକୁ ନିୟମିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ଜିଲ୍ଲାର ଗାଁ ସାଥି । ସେମାନଙ୍କୁ ସେମାନଙ୍କ ପାଉଣା ନିୟମିତ ଭାବେ ପ୍ରଦାନ କରିବାକୁ ଜିଲ୍ଲାସ୍ତରରେ ୫୦ କୋଟି ଟଙ୍କାର ଏକ କର୍ପସ ପାଣ୍ଠି ସ୍ଥାପନ ସହ, ରାଜ୍ୟସ୍ତରରେ ୩ଶହ କୋଟି ଟଙ୍କାର ଏକ କର୍ପସ୍ ଫଣ୍ଡ ଗଠନ କରିବାକୁ ଦାବି କରିଛନ୍ତି ଗାଁ ସାଥି ଓ ମେଟ୍ ମିଳିତ କ୍ରିୟା
ନୁଷ୍ଠାନ କମିଟିର ରାଜ୍ୟ ସଭାପତି । କୋରୋନା ସମୟରେ ଜିଲ୍ଲାରେ DMF ପାଣ୍ଠିରୁ ଯେଭଳି ଭାବେ ଅଧିକ କାମ ଓ ମଜୁରୀ ଦିଆଯାଉଥିଲା, ତାହା ପୁନଃ ପ୍ରଚଳନ କରିବାକୁ ସେ ଦାବି କରିଛନ୍ତି । କେନ୍ଦୁଝରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ପ୍ରକାଶ କରିବା ସହିତ, ଏହାର ଆଶୁ ସମାଧାନ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସେ ନିବେଦନ କରିଛନ୍ତି ରାଜ୍ୟ ସଭାପତି ଲକ୍ଷ୍ମୀଧର ବିଶ୍ଵାଳ ।
ଆଜି ଏନେଇ ଏକ ଜିଲ୍ଲା ସ୍ତରୀୟ ବୈଠକ ଉକ୍ତ ସହିଦ୍ ସଦନରେ ହୋଇଥିବା ବେଳେ ଅପରାହ୍ନରେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ଭେଟି ନିଜ ଦାବି ଜଣାଇଛନ୍ତି। ଆଜିର ଏହି ବୈଠକରେ ଜିଲ୍ଲାର ସମସ୍ତ ବ୍ଲକର ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।