ଶ୍ରୀବିଗ୍ରହଙ୍କ ଅଧରପଣା ନୀତି ସମ୍ପନ୍ନ

Odishakhabar:

  ପୁରୀ: ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ସରିଲା ଅଧରପଣା ନୀତି । ଅଧରହାଣ୍ଡି ଭଙ୍ଗାଯିବା ପରେ ପଣା ପାଇ ତୃପ୍ତ ହୋଇଛନ୍ତି ଚଣ୍ଡି ଚାମୁଣ୍ଡା ଓ ଅଶରୀରୀ । ଆଜି ଆଷାଢ ଶୁକ୍ଳ ଦ୍ବାଦଶୀ ଜ୍ୟେଷ୍ଠ ନକ୍ଷତ୍ର ତିଥିରେ ଅଧରପଣା ନୀତି ଅନୁଷ୍ଠିତ ହୋଇଥିଲା । ତିନି ଠାକୁରଙ୍କ ଠାରେ 9ଟି ମାଟି ହାଣ୍ଡିରେ ଅଧରପଣା ଲାଗି ହୋଇଥିଲା । ଏହାପରେ ଅଧର ପଣାକୁ ଚଣ୍ଡି ଚାମୁଣ୍ଡା, ଅଶରୀରୀଙ୍କ ପାଇଁ ଉତ୍ସର୍ଗ କରାଯାଇଥିଲା ।

izing: border-box; font-family: __Noto_Sans_4cce57, __Noto_Sans_Fallback_4cce57; font-size: 17px;">ଶ୍ରୀଜିଉ ବଡ଼ ଦେଉଳରୁ ବଡ଼ଦାଣ୍ଡକୁ ବାହାରି ଆସିବା ପରେ ତାଙ୍କ ଦର୍ଶନ ପାଇଁ ଚାହିଁ ବସିଥାନ୍ତି ଚଣ୍ଡିଚାମୁଣ୍ଡା ଓ ଅଶରୀରୀ । ବାହୁଡ଼ା ଯାତ୍ରା ପରେ ନୀଳକନ୍ଦରକୁ ପୁଣି ବିଜେ କରିବା ପୂର୍ବରୁ ଆଷାଢ ଶୁକ୍ଳ ଦ୍ବାଦଶୀ ଜ୍ୟେଷ୍ଠ ନକ୍ଷତ୍ର ତିଥିରେ ଅଧରପଣା ନୀତି ଅନୁଷ୍ଠିତ ହୁଏ । ରଥ ଉପରେ ବିଜେ କରିଥିବା ଶ୍ରୀବିଗ୍ରହଙ୍କ ଠାରେ ଅଧରପଣା ଲାଗି ହୁଏ । ତିନି ଠାକୁରଙ୍କଠାରେ 9ଟି ମାଟି ହାଣ୍ଡିରେ ଅଧରପଣା ଲାଗି ହୋଇଥାଏ । ଛାଚି, ସର, କର୍ପୂର, ଛେନା, କଦଳୀ, ଗୋଲମରିଚ ଗୁଣ୍ଡ, ଜାଇଫଳ ଆଦି ପଡ଼ି ପଣା ପ୍ରସ୍ତୁତ ହୁଏ । ରଥ ଉପରେ ମହାସୁଆରମାନେ ଅଧର ପଣା ପ୍ରସ୍ତୁତ କରନ୍ତି ।

ଶ୍ରୀମନ୍ଦିର ପ୍ରଶାସନ, ରାଘବ ଦାସ ମଠ ଓ ଓଡ଼ିଆ ମଠ ପଣା ପାଇଁ ସାମଗ୍ରୀ ଯୋଗାଇ ଦେଇଥାନ୍ତି । ପଣା ପାଇଁ ଛାଉଣୀ ମଠ ସାମ୍ନା କୂଅରୁ ଆସେ ପାଣି । କୂଅରୁ ଗରାରେ ଜଳ କାଢି ରଥ ଉପରେ ଥିବା ବଡ଼ ପିତ୍ତଳ ହଣ୍ଡାରେ ରଖିଥାନ୍ତି । ପଣା ପ୍ରସ୍ତୁତି ପରେ ଶ୍ରୀଜିଉଙ୍କ ଅଧରକୁ ସ୍ପର୍ଶ କରୁଥିବା ମାଟି ହାଣ୍ଡି ଗୁଡ଼ିକରେ ପଣାକୁ ରଖାଯାଏ । ପାଳିଆ ପୂଜାପଣ୍ଡା ସାମନ୍ତ ପଞ୍ଚ ଉପଚାରରେ ଦାରୁବିଗ୍ରହଙ୍କୁ ପଣା ଭୋଗ ଅର୍ପଣ କରିଥାନ୍ତି। ଏହାପରେ ଶ୍ରୀଜିଉଙ୍କ ସାମ୍ନାରେ ପଣାହାଣ୍ଡିଗୁଡ଼ିକୁ ଭାଙ୍ଗି ଦିଆଯାଇଥାଏ ।

ଏହି ଅଧରପଣାକୁ ୩ ରଥରେ ବିଜେ କରିଥିବା ପାର୍ଶ୍ବ ଦେବାଦେବୀ, ଅସୁର, ଅଶରୀରୀ, କିନ୍ନର, ନାଗ, ଚଣ୍ଡୀ, ଚାମୁଣ୍ଡା, ଭୂତ, ପ୍ରେତଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କାରଯାଇଥାଏ । ଏହା ଦ୍ବାରା ସେମାନେ ମୁକ୍ତିଲାଭ କରିଥାନ୍ତି ବୋଲି ବିଶ୍ବାସ ରହିଛି । ପୂର୍ବରୁ ତିନି ଦିନ ହେଉଥିଲା ଅଧରପଣା ନୀତି ଅନୁଷ୍ଠିତ ହେଉଥିଲା । ମାତ୍ର କାଳକ୍ରମେ ସମୟ ଅଭାବରୁ ଦ୍ବାଦଶୀରେ ଏହି ନୀତି ଅନୁଷ୍ଠିତ ହେଉଛି । ଠାକୁରଙ୍କଠାରେ ପଣା ଲାଗି ହେବା ପରେ ହାଣ୍ଡି ଭଙ୍ଗାଯାଇ ଚଣ୍ଡିଚାମୁଣ୍ଡା, ଅଶରୀରୀଙ୍କ ପାଇଁ ଉତ୍ସର୍ଗ କରାଯାଏ । ତେବେ ଆଜି ଅଧରପଣା ନୀତି ସମ୍ପନ୍ନ ହୋଇଥିବା ବେଳେ ଆସନ୍ତାକାଲି ଶ୍ରୀଜିଉ ନୀଳକନ୍ଦରକୁ ବିଜେ କରିବେ ।

Relaited News

ଆମେରିକା ରାଷ୍ଟ୍ରପତି ନିର୍ବାଚନ; ରେସ୍‌ରୁ ଓହରିଲେ, କ୍ୟାମ୍ପେନିଂ ବନ୍ଦ କଲେ ବାଇଡେନ୍

ଆମେରିକା ରାଷ୍ଟ୍ରପତି ରେସରୁ ଓହରିଲେ ଜୋ ବାଇଡେନ । ଉପ ରାଷ୍ଟ୍ରପତି କମଳା ହାରିସଙ୍କ ନାମକୁ ଡେମୋକ୍ରାଟିକ୍ ଦଳର ନୂଆ ରାଷ୍ଟ୍ରପତି ଚେହେରା ଭାବେ ନୋମିନେଟ୍ କରିଛନ୍ତି ବାଇଡେନ୍ । 2024 ଆମେରିକା ରାଷ୍ଟ୍ରପତି ନିର୍ବାଚନ କ୍ୟାମ୍ପେନିଂରୁ ମଧ୍ୟ ନିଜେ ବାଇଡେନ୍ ଓହରି ଯାଇଛନ୍ତି । ବାଇଡେନ୍ 2024 ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଦ୍ବିତୀୟ ଥର ରାଷ୍ଟ୍ରପତି ପାଇ

ଭବାନୀ ଶଙ୍କର ଭୋଇ ନୂଆ ଉପବାଚସ୍ପତି

ଭୁବନେଶ୍ବର: ନିର୍ବାଚିତ ହେଲେ ଉପବାଚସ୍ପତି । ଭବାନୀ ଶଙ୍କର ଭୋଇଙ୍କ ନାଁରେ ବାଜିଲା ମୋହର । ନିର୍ଦ୍ବନ୍ଦ୍ବରେ ନୂଆ ଉପବାଚସ୍ପତି ଭାବେ ଭବାନୀ ଶଙ୍କର ଭୋଇ ନିର୍ବାଚିତ ହୋଇଛନ୍ତି । ଏନେଇ ବାଚସ୍ପତି ସୁରମା ପାଢୀ ତାଙ୍କ ନାଁ ଘୋଷଣା କରିଛନ୍ତି । ଦୁଇ ଥରର ବିଧାୟକ ହେଉଛନ୍ତି ଭବାନୀ ଭୋଇ । ଭବାନୀ ହିଁ ଜଣେ ମାତ୍ର ବିଧାୟକ ଉପବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଥ

ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ: ୮.୫% ଅଭିବୃଦ୍ଧି ଲକ୍ଷ୍ୟ

ଭୁବନେଶ୍ବର: ଗତକାଲି ସଂସଦରେ କେନ୍ଦ୍ରୀୟ ବଜେଟ ଉପସ୍ଥାପିତ ହୋଇଥିବା ବେଳେ ଆସନ୍ତାକାଲି (ଗୁରୁବାର) ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପିତ ହେବାକୁ ଯାଉଛି । ବିଜେପି ସରକାର ପ୍ରଥମ ବଜେଟର ରୂପରେଖ କିପରି ରହିବ, ସେନେଇ ସମସ୍ତଙ୍କ ନଜର ରହିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ଗୃହରେ ବଜେଟ ଉପସ୍ଥାପନ କରିବେ । ଏହା ପୂର୍ବରୁ ଆଜି ସଂଧ୍ୟାରେ ଅର୍ଥନ

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ; ସାର୍ବଜନୀନ ହେବ ଜଷ୍ଟିସ ରଘୁବୀର ଦାସ କମିଶନ ରିପୋର୍ଟ

ନିଷ୍ପତ୍ତି ସମ୍ପର୍କରେ ଭାରତୀୟ ପ୍ରତ୍ନତାତ୍ତିକ ବିଭାଗ ‘ଏଏସଆଇ’ ସୁପରିଟେଣ୍ଡେଣ୍ଟ ଡି.ବି ଗଡନାୟକ ସୂଚନା ଦେଇଛନ୍ତି । 2018 ମସିହାର ରିପୋର୍ଟ ଓ ଲେଜର ସ୍କାନିଂ ରିପୋର୍ଟ ଆଧାରରେ ରତ୍ନଭଣ୍ଡାର ଖୋଲାହେବ । ରତ୍ନଭଣ୍ଡାର କମିଟି ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି ସମ୍ପର୍କରେ ନିଷ୍ପତ୍ତି ନେବ । ଭାରତୀୟ ପ୍ରତ୍ନତାତ୍ତିକ ବିଭାଗ ‘ଏଏସଆଇ&rsq

SCBରେ ନର୍ସ ଓ ହାଉସ ସର୍ଜନ ବିବାଦ ଥମିଲା

ାସ୍ଥ୍ୟ ବିକାଶ ସମିତି ତଥା ସିଏମ୍‌ସି କମିଶନର ବିଜୟ କୁମାର ଦାଶ । ତେବେ ବଡ଼ ମେଡିକାଲରେ କାର୍ଯ୍ୟରତ ନର୍ସିଂ ଷ୍ଟାଫ୍ ଓ ହାଉସ୍ ସର୍ଜନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଆଜି ଉଗ୍ର ରୂପ ନେଇଥିଲା । ଗତକାଲି ଡକରା ଅନୁଯାୟୀ ଆଜିଠୁ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିଲେ ହାଉସ ସର୍ଜନ । ଆନ୍ଦୋଳନ ସମୟରେ ଏମରଜେନ୍ସି ଡ୍ୟୁଟି, ଲେବର ରୁମ, କାଜୁଆଲଟି

ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ

ହସ୍ପିଟାଲରେ ଲାଗିଲା ନିଆଁ । କଟକ ପୁରୀଘାଟ ଥାନା ନିକଟ ଏକ ଘରୋଇ ହସ୍ପିଟାଲରେ ନିଆଁ ଲାଗିଛି । ତେବେ ପ୍ରାଥମିକ ସୂଚନା ମୁତାବକ, ସର୍ଟସର୍କିଟରୁ ଏହି ନିଆଁ ଲାଗିଥିବାବେଳେ, ବର୍ତ୍ତମାନ ସମୟରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି । ଅନ୍ୟପଟେ ରୋଗୀମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେ

ଆସନ୍ତାକାଲିଠୁ SCBରେ କାର୍ଯ୍ୟବନ୍ଦ ଆନ୍ଦୋଳନ

ଟଡୋର, ୱାର୍ଡ, ICU ଓ OTରେ କାର୍ଯ୍ୟ କରିବେ ନାହିଁ ବୋଲି ରୋକଠୋକ କହିଛନ୍ତି ହାଉସ ସର୍ଜନ । ସେମାନଙ୍କ ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ । ସେପଟେ ହାଉସ ସର୍ଜନଙ୍କ କାର୍ଯ୍ୟବନ୍ଦ ପ୍ରଭାବରେ ରୋଗୀଙ୍କ ଉପରେ ବିଶେଷ ଭାବରେ ପ୍ରଭାବ ପଡ଼ିବ । ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ହାଉସ ସର୍ଜନ ଓ ନର୍ସିଂ କର୍ମଚାରୀଙ୍କ ଭିତରେ ଚାଲିଥିବା ବିବା

ରାଜ୍ୟପାଳଙ୍କ ପୁଅ ନାଁରେ ସାଂଘାତିକ ଅଭିଯୋଗ: ରାଜଭବନ କର୍ମଚାରୀଙ୍କୁ ଅତ୍ୟାଚାର

ଭୁବନେଶ୍ୱର: ASOଙ୍କୁ ମାଡମାରିଲେ ରାଜ୍ୟପାଳଙ୍କ ପୁଅ ! ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆସିଛି । ରାଜଭବନ କର୍ମଚାରୀ ଡ୍ୟୁଟିରେ ଥିବା ସମୟରେ ତାଙ୍କୁ ମାଡ଼ ମାରିବା ସହ ଗାଳି ଗୁଳଜ କରିଥିବା ଅଭିଯୋଗ ସାମ୍ନାକୁ ଆସିଛି । ଏନେଇ ରାଜ୍ୟପାଳ ଓ ରାଜ୍ୟପାଳଙ୍କ ସଚିବଙ୍କ ପାଖରେ ଲିଖିତ ଭାବେ ଜଣାଇଥିଲେ ପୀଡିତ ଏଏସଓ ବୈକୁଣ୍ଠନା

ଆକ୍ସନ ମୋଡରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ:ନୀତି ବିଶୃଙ୍ଖଳା ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ

ପୁରୀ: ଆଡ଼ପ ପହଣ୍ଡି ବେଳେ ବଡ଼ ଠାକୁର ବଳଭଦ୍ର ରଥ ଚାରମାଳ ଉପରେ ପଡ଼ିଯିବା ଘଟଣା ଏବେ ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ହୋଇଛି । ଅନଭିଜ୍ଞ ଯୁବ ସେବାୟତ ରଥରେ ଗହଳି କରି ମୋବାଇଲରେ ବ୍ୟସ୍ତ ରହୁଥିବା ଅଭିଯୋଗ ହେଉଛି । ଅନାବଶ୍ୟକ ଭିଡ଼ ଏଭଳି ଅଘଟଣର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି । ଏହାପରେ ଗତକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ରାତାରାତି ବଦଳି ହୋଇଛି

Recent News