ଅଡୁଆରେ ଓଡ଼ିଆ ଅଭିନେତ୍ରୀ ରିୟା ଦେ । ଥାନାରେ ଅଭିନେତ୍ରୀଙ୍କ ନାଁରେ ମାମଲା ରୁଜୁ

Odishakhabar:

 ବିବାଦରେ ଓଲିଉଡ କୁଇନ ରିୟା ଦେ । ଘରୋଇ ସହାୟିକାଙ୍କୁ ନିର୍ଯାତନା ଦେବା ଅଭିଯୋଗ । ଘରେ କାମ କରାଇବା ସହ ପଇସା ନ ଦେଇ ଘରୋଇ ସହାୟିକାଙ୍କୁ ରିୟା ଏବଂ ତାଙ୍କ ସ୍ୱାମୀ ସୁନୀଲ ନିର୍ଯାତନା ଦେଇଥବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାର କରି ଅଭିନେତ୍ରୀ ଏବଂ ତାଙ୍କ ସ୍ୱାମୀଙ୍କ ନାଁରେ ମାମଲା ରୁଜୁ ହୋଇଛି । ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ ଘରୋଇ ସହାୟିକା । ତେବେ ରିୟା କଟକର ହୋଇଥିବାରୁ ବର୍ତ୍ତମାନ ଚନ୍ଦ୍ରଶେଖରପୁର ଥାନାରୁ ମାମଲାଟି ବିଡାନାସି ଥାନାକୁ ସ୍ଥାନାନ୍ତର କରାଯାଇଛି । ସେପଟେ ମାମଲାର ତଦନ୍ତ ମଧ୍ୟ ଆରମ୍ଭ କରିଛି ପୋଲିସ ।

ସୂଚନା ଅନୁସାରେ, ଘରୋଇ ସହାୟିକା ଜଣକ ଅଭିନେତ୍ରୀ ରିୟା ଦେ ତାଙ୍କୁ କାମରେ ଲଗାଇ ତାଙ୍କର ପାରିଶ୍ରମିକ ନ ଦେଇ ନିର୍ଯାତନା ଦେଇଥବା ଅଭିଯୋଗ କରିଛନ୍ତି । ଏନେଇ ସେ ଚନ୍ଦ୍ରଶେଖରପୁର ଥାନାରେ ମଙ୍ଗଳବାର ମାମଲା ରୁଜୁ କରିଛନ୍ତି ଏବଂ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ ଜଣାଇଛନ୍ତି । ଅଭିଯୋଗକାରିଣୀ ଅଭିଯୋଗରେ ଏହା ଦର୍ଶାଇଛନ୍ତି ଯେ, ରିୟା ତାଙ୍କୁ ମାନସିକ ଏବଂ ଶାରିରୀକ ନିର୍ଯାତନା ଦେଇ ପାରିଶ୍ରମିକ ଦେଇନଥିବା ଉଲ୍ଲେଖ କରିଛନ୍ତି ।

ans_Fallback_4cce57; font-size: 17px;">ଘରୋଇ ସହାୟିକାଙ୍କ କହିବା ଅନୁସାରେ, ସେ ସମ୍ବଲପୁର ନାକଟିଦେଉଳ ଅଞ୍ଚଳର । ପରିବାରରେ ତିନି ଭଉଣୀ ଓ ମା’ ଓ ବାପା ରୁହନ୍ତି । ଆର୍ଥିକ ଅନଟନ ଯୋଗୁଁ ଅନେକ ସମସ୍ୟାରେ ଗତି କରୁଥିଲେ । ତାଙ୍କର ଗାଁର ଜଣେ ଭଉଣୀ ଯୋଗାଯୋଗ କରି ରିୟାଙ୍କ ଘରେ କମ କରିବାକୁ ନେଇଥିଲେ । ଦୀର୍ଘ ଦେଢ ବର୍ଷ ତଳେ ରିୟାଙ୍କ କଟକ ସ୍ଥିତ ଘରେ କାମ କରି ରହି ଆସୁଥିଲେ । ଘର ପୋଛା ପୋଛି ଠୁ ଆରମ୍ଭ କରି ଘରର ନିତିଦିନିଆ କାମ କରୁଥିଲେ । ହେଲେ ଅଭିନେତ୍ରୀ ତାଙ୍କର ଉଚିତ୍ ପାରିଶ୍ରମିକ ମଧ୍ୟ ଦେଉନଥିଲେ‌ । ତାଙ୍କୁ କାମ କରାଇବା ସହ ମାନସିକ ଏବଂ ଶାରିରୀକ ନିର୍ଯାତନା ଦେଉଥିଲେ ।

ଏହି ନିର୍ଯାତନା ସହି ନପାରି ଶେଷରେ ସେ ତାଙ୍କ ଘରୁ ଖସି ପଳାଇ ଆସିଥିଲେ । ଦୁଇ ଦିନ ତଳେ ଏକ ସମାଜା କର୍ମୀ ତାଙ୍କୁ ଉଦ୍ଧାର କରିଥିଲେ । ଏନେଇ ରିୟା ଦେଙ୍କ ନାଁରେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ଜଣାଇଛନ୍ତି । ହେଲେ ଘଟଣାଟି ବିଡାନାସି ଥାନା ଅଞ୍ଚଳରେ ହୋଇଥିବାରୁ ଅଭିଯୋଗକୁ ତୁରନ୍ତ ଗ୍ରହଣ କରି ବିଡାନାସି ଥାନାକୁ ମାମଲା ହସ୍ତାନ୍ତର କରାଯାଇଛି । ଏନେଇ ବିଡାନାସି ଥାନା ଏନେଇ କାର୍ଯାନୁଷ୍ଠାନ ନେବେ ବୋଲି ନାବାଳିକା ଜଣଙ୍କ ଆଶା ବାନ୍ଧିଥିବା ବେଳେ ତଦନ୍ତ ପରେ ସତାସତ ଜଣାପଡିବ ବୋଲି କହିଛନ୍ତି କଟକ ଅତିରିକ୍ତ ଡିସିପି ଅନୀଲ ମିଶ୍ର । ସେପଟେ ରିୟା ଦେଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Relaited News

ଆମେରିକା ରାଷ୍ଟ୍ରପତି ନିର୍ବାଚନ; ରେସ୍‌ରୁ ଓହରିଲେ, କ୍ୟାମ୍ପେନିଂ ବନ୍ଦ କଲେ ବାଇଡେନ୍

ଆମେରିକା ରାଷ୍ଟ୍ରପତି ରେସରୁ ଓହରିଲେ ଜୋ ବାଇଡେନ । ଉପ ରାଷ୍ଟ୍ରପତି କମଳା ହାରିସଙ୍କ ନାମକୁ ଡେମୋକ୍ରାଟିକ୍ ଦଳର ନୂଆ ରାଷ୍ଟ୍ରପତି ଚେହେରା ଭାବେ ନୋମିନେଟ୍ କରିଛନ୍ତି ବାଇଡେନ୍ । 2024 ଆମେରିକା ରାଷ୍ଟ୍ରପତି ନିର୍ବାଚନ କ୍ୟାମ୍ପେନିଂରୁ ମଧ୍ୟ ନିଜେ ବାଇଡେନ୍ ଓହରି ଯାଇଛନ୍ତି । ବାଇଡେନ୍ 2024 ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଦ୍ବିତୀୟ ଥର ରାଷ୍ଟ୍ରପତି ପାଇ

ଭବାନୀ ଶଙ୍କର ଭୋଇ ନୂଆ ଉପବାଚସ୍ପତି

ଭୁବନେଶ୍ବର: ନିର୍ବାଚିତ ହେଲେ ଉପବାଚସ୍ପତି । ଭବାନୀ ଶଙ୍କର ଭୋଇଙ୍କ ନାଁରେ ବାଜିଲା ମୋହର । ନିର୍ଦ୍ବନ୍ଦ୍ବରେ ନୂଆ ଉପବାଚସ୍ପତି ଭାବେ ଭବାନୀ ଶଙ୍କର ଭୋଇ ନିର୍ବାଚିତ ହୋଇଛନ୍ତି । ଏନେଇ ବାଚସ୍ପତି ସୁରମା ପାଢୀ ତାଙ୍କ ନାଁ ଘୋଷଣା କରିଛନ୍ତି । ଦୁଇ ଥରର ବିଧାୟକ ହେଉଛନ୍ତି ଭବାନୀ ଭୋଇ । ଭବାନୀ ହିଁ ଜଣେ ମାତ୍ର ବିଧାୟକ ଉପବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଥ

ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ: ୮.୫% ଅଭିବୃଦ୍ଧି ଲକ୍ଷ୍ୟ

ଭୁବନେଶ୍ବର: ଗତକାଲି ସଂସଦରେ କେନ୍ଦ୍ରୀୟ ବଜେଟ ଉପସ୍ଥାପିତ ହୋଇଥିବା ବେଳେ ଆସନ୍ତାକାଲି (ଗୁରୁବାର) ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପିତ ହେବାକୁ ଯାଉଛି । ବିଜେପି ସରକାର ପ୍ରଥମ ବଜେଟର ରୂପରେଖ କିପରି ରହିବ, ସେନେଇ ସମସ୍ତଙ୍କ ନଜର ରହିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ଗୃହରେ ବଜେଟ ଉପସ୍ଥାପନ କରିବେ । ଏହା ପୂର୍ବରୁ ଆଜି ସଂଧ୍ୟାରେ ଅର୍ଥନ

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ; ସାର୍ବଜନୀନ ହେବ ଜଷ୍ଟିସ ରଘୁବୀର ଦାସ କମିଶନ ରିପୋର୍ଟ

ନିଷ୍ପତ୍ତି ସମ୍ପର୍କରେ ଭାରତୀୟ ପ୍ରତ୍ନତାତ୍ତିକ ବିଭାଗ ‘ଏଏସଆଇ’ ସୁପରିଟେଣ୍ଡେଣ୍ଟ ଡି.ବି ଗଡନାୟକ ସୂଚନା ଦେଇଛନ୍ତି । 2018 ମସିହାର ରିପୋର୍ଟ ଓ ଲେଜର ସ୍କାନିଂ ରିପୋର୍ଟ ଆଧାରରେ ରତ୍ନଭଣ୍ଡାର ଖୋଲାହେବ । ରତ୍ନଭଣ୍ଡାର କମିଟି ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି ସମ୍ପର୍କରେ ନିଷ୍ପତ୍ତି ନେବ । ଭାରତୀୟ ପ୍ରତ୍ନତାତ୍ତିକ ବିଭାଗ ‘ଏଏସଆଇ&rsq

SCBରେ ନର୍ସ ଓ ହାଉସ ସର୍ଜନ ବିବାଦ ଥମିଲା

ାସ୍ଥ୍ୟ ବିକାଶ ସମିତି ତଥା ସିଏମ୍‌ସି କମିଶନର ବିଜୟ କୁମାର ଦାଶ । ତେବେ ବଡ଼ ମେଡିକାଲରେ କାର୍ଯ୍ୟରତ ନର୍ସିଂ ଷ୍ଟାଫ୍ ଓ ହାଉସ୍ ସର୍ଜନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଆଜି ଉଗ୍ର ରୂପ ନେଇଥିଲା । ଗତକାଲି ଡକରା ଅନୁଯାୟୀ ଆଜିଠୁ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିଲେ ହାଉସ ସର୍ଜନ । ଆନ୍ଦୋଳନ ସମୟରେ ଏମରଜେନ୍ସି ଡ୍ୟୁଟି, ଲେବର ରୁମ, କାଜୁଆଲଟି

ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ

ହସ୍ପିଟାଲରେ ଲାଗିଲା ନିଆଁ । କଟକ ପୁରୀଘାଟ ଥାନା ନିକଟ ଏକ ଘରୋଇ ହସ୍ପିଟାଲରେ ନିଆଁ ଲାଗିଛି । ତେବେ ପ୍ରାଥମିକ ସୂଚନା ମୁତାବକ, ସର୍ଟସର୍କିଟରୁ ଏହି ନିଆଁ ଲାଗିଥିବାବେଳେ, ବର୍ତ୍ତମାନ ସମୟରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି । ଅନ୍ୟପଟେ ରୋଗୀମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେ

ଆସନ୍ତାକାଲିଠୁ SCBରେ କାର୍ଯ୍ୟବନ୍ଦ ଆନ୍ଦୋଳନ

ଟଡୋର, ୱାର୍ଡ, ICU ଓ OTରେ କାର୍ଯ୍ୟ କରିବେ ନାହିଁ ବୋଲି ରୋକଠୋକ କହିଛନ୍ତି ହାଉସ ସର୍ଜନ । ସେମାନଙ୍କ ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ । ସେପଟେ ହାଉସ ସର୍ଜନଙ୍କ କାର୍ଯ୍ୟବନ୍ଦ ପ୍ରଭାବରେ ରୋଗୀଙ୍କ ଉପରେ ବିଶେଷ ଭାବରେ ପ୍ରଭାବ ପଡ଼ିବ । ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ହାଉସ ସର୍ଜନ ଓ ନର୍ସିଂ କର୍ମଚାରୀଙ୍କ ଭିତରେ ଚାଲିଥିବା ବିବା

ଶ୍ରୀବିଗ୍ରହଙ୍କ ଅଧରପଣା ନୀତି ସମ୍ପନ୍ନ

ପୁରୀ: ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ସରିଲା ଅଧରପଣା ନୀତି । ଅଧରହାଣ୍ଡି ଭଙ୍ଗାଯିବା ପରେ ପଣା ପାଇ ତୃପ୍ତ ହୋଇଛନ୍ତି ଚଣ୍ଡି ଚାମୁଣ୍ଡା ଓ ଅଶରୀରୀ । ଆଜି ଆଷାଢ ଶୁକ୍ଳ ଦ୍ବାଦଶୀ ଜ୍ୟେଷ୍ଠ ନକ୍ଷତ୍ର ତିଥିରେ ଅଧରପଣା ନୀତି ଅନୁଷ୍ଠିତ ହୋଇଥିଲା । ତିନି ଠାକୁରଙ୍କ ଠାରେ 9ଟି ମାଟି ହାଣ୍ଡିରେ ଅଧରପଣା ଲାଗି ହୋଇଥିଲା । ଏହାପରେ ଅଧର ପଣାକୁ ଚଣ୍ଡି ଚାମୁଣ୍ଡା, ଅଶର

ରାଜ୍ୟପାଳଙ୍କ ପୁଅ ନାଁରେ ସାଂଘାତିକ ଅଭିଯୋଗ: ରାଜଭବନ କର୍ମଚାରୀଙ୍କୁ ଅତ୍ୟାଚାର

ଭୁବନେଶ୍ୱର: ASOଙ୍କୁ ମାଡମାରିଲେ ରାଜ୍ୟପାଳଙ୍କ ପୁଅ ! ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆସିଛି । ରାଜଭବନ କର୍ମଚାରୀ ଡ୍ୟୁଟିରେ ଥିବା ସମୟରେ ତାଙ୍କୁ ମାଡ଼ ମାରିବା ସହ ଗାଳି ଗୁଳଜ କରିଥିବା ଅଭିଯୋଗ ସାମ୍ନାକୁ ଆସିଛି । ଏନେଇ ରାଜ୍ୟପାଳ ଓ ରାଜ୍ୟପାଳଙ୍କ ସଚିବଙ୍କ ପାଖରେ ଲିଖିତ ଭାବେ ଜଣାଇଥିଲେ ପୀଡିତ ଏଏସଓ ବୈକୁଣ୍ଠନା

Recent News