ଆଇଏଏସ ସ୍ତରରେ ବଡଧରଣର ଅଦଳବଦଳ,ତିନି ଆଇଏଏସ ଅଫିସରଙ୍କୁ ମୋହନ ସରକାରରେ ଝଟକା

 ଭୁବନେଶ୍ୱର: କ୍ଷମତାକୁ ଆସିବା ପରେ ମୋହନ ସରକାର ପ୍ରଥମ ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି । ବିଜେଡି ସରକାରରେ ବର୍ଷ ବର୍ଷ ଧରି ଗାଦିମାଡି ବସିଥିବା ପାଓ୍ବାଲଫୁଲ ବାବୁଙ୍କୁ ବିଜେପି ସରକାରରେ ବାଜିଛି ଛାଟ । ନବୀନ ସରକାରରେ ଗେହ୍ଲା ପୁଅ ସାଜିଥିବା କିଛି ଅଫିସର ମୋହନ ସରକାରରେ ଲୋକସେବା ଭବନରୁ ବିଦା ହୋଇଛନ୍ତି । ନବୀନ ସରକାରରେ ପାୱାର କରିଡରର ନିକଟତର ଥିବା 3 ବରିଷ୍ଠ ଅଧିକାରୀ ଆଇଏଏସ ଜି.ମାଥିଭାଥାନନ, ବିଶାଳ ଦେବ ଓ ଆର.ଭିନିଲକ୍ରିଷ୍ଣାଙ୍କୁ ବଦଳି କରାଯାଇଛି । ପୂର୍ବରୁ କୋଣଠେସା ହୋଇଥିବା ଦକ୍ଷ ଆଇଏଏସ ଅଫିସରଙ୍କୁ ଗୁରୁଦାୟିତ୍ବ ଦିଆଯାଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

ବିଜ୍ଞପ୍ତି ଅନୁସାରେ 1993 ବ୍ୟାଚର ବରିଷ୍ଠ ଆଇଏଏସ ନିକୁଞ୍ଜ ବିହାରୀ ଧଳଙ୍କୁ ଇଡକୋ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ନିକୁଞ୍ଜ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ଆଇଏଏସ ହେମନ୍ତ ଶର୍ମା ଏବେ ଇଡକୋ ଅଧ୍ୟକ୍ଷ ଅଛନ୍ତି । ସେହି ବ୍ୟାଚର ଆଇଏଏସ ସୁରେନ୍ଦ୍ର କୁମାରଙ୍କୁ ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି । ସୁରେନ୍ଦ୍ର ଏବେ ସାଧାରଣ ପ୍ରଶାସନ ବିଭାଗ ଓ ପର୍ଯ୍ୟଟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । 2021 ଜୁଲାଇ ମାସରୁ ସେ ଏହି ଦୁଇଟି ବିଭାଗ ଦାୟିତ୍ୱରେ ଅଛନ୍ତି ।

ସେହିପରି 1995 ବ୍ୟାଚର ଆଇଏଏସ ତ

ଥା ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମାଙ୍କୁ ଏମଏସଏମଇ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ସେ ଶିଳ୍ପ ଓ ଏମଏସଏମଇ ବିଭାଗର ସହ ଇପିକଲ ଅଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇବେ । 1996 ବ୍ୟାଚର ଆଇଏଏସ ତଥା ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଛି । ଅର୍ଥ ଓ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ତାଙ୍କୁ ନିଯୁକ୍ତ କରାଯାଇଛି । ସେ ଓଡ଼ିଶା ସବଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ ଅଧ୍ୟକ୍ଷ ଭାବରେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ସେହିପରି ସେହି ବ୍ୟାଚର ଆଇଏଏସ ଉଷା ପାଢ଼ୀଙ୍କୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ହୋଇଛନ୍ତି । ସେ ପୂର୍ବ ପରି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଦାୟିତ୍ୱ ତୁଲାଇବେ ।

1994 ବ୍ୟାଚ ଆଇଏଏସ ଜି.ମାଥିଭାଥାନନଙ୍କୁ ବଡ଼ ଝଟକା ଦେଇଛନ୍ତି ମୋହନ ସରକାର । ମାଥିଭାଥାନନଙ୍କୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡିଜି ଭାବେ ବଦଳି କରାଯାଇଛି । ନବୀନ ସରକାରରେ ଗେହ୍ଲା ପୁଅ ଥିବା ମାଥିଭାଥାନନ ପ୍ରାୟ 10 ବର୍ଷରୁ ଅଧିକ ସମୟ ଧରି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିଆସୁଛନ୍ତି । ଗୋଟିଏ ପଦରେ 3 ବର୍ଷ ରହିବାର ପ୍ରାବଧାନ ଥିବାବେଳେ ସେ ଗୋଟିଏ ବିଭାଗରେ ଦଶନ୍ଧି ଧରି କାର୍ଯ୍ୟ କରିବାକୁ ନେଇ ବିରୋଧୀ ଦଳରେ ଥିବାବେଳେ ବିଜେପି ବିଭିନ୍ନ ସମୟରେ ପ୍ରଶ୍ନ ଉଠାଉଥିଲା । ସରକାରକୁ ଆସିବା ପରେ ତାଙ୍କୁ ବଦଳି କରାଯାଇଛି । ସେ ସଂସଦୀୟ ବ୍ୟାପାର ବିଭାଗର ସଚିବ ମଧ୍ୟ ମଧ୍ୟ ଥିଲେ । ଏବେ ଉନ୍ନୟନ କମିଶନର ଅନୁ ଗର୍ଗ ଅତିରିକ୍ତ ଭାବେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡିଜି ଭାବେ କାର୍ଯ୍ୟ କରୁଛନ୍ତି ।

ନବୀନ ସରକାରର ଆଉ ଜଣେ ଗେହ୍ଲା ପୁଅ 1996 ବ୍ୟାଚର ଆଇଏଏସ ବିଶାଳ କୁମାର ଦେବଙ୍କୁ ଅର୍ଥ ଓ ଶକ୍ତି ବିଭାଗରୁ ହଟାଇ ଦିଆଯାଇଛି । ସେ ଇଲୋକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିବେ । ପୂର୍ବରୁ ସେ ଏହି ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ । ସେହିପରି ସେ ଅତିରିକ୍ତ ଭାବେ ଓଡ଼ିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ । 1999 ବ୍ୟାଚର ଆଇଏଏସ ଭାସ୍କର ଜ୍ୟୋତି ଶର୍ମାଙ୍କୁ ନୂଆ ଦାୟିତ୍ୱ ମିଳିଛି । ସେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ସଚିବ ଭାବେ ନିଯୁକ୍ତ ହୋଇଛନ୍ତି । ସେ ଜମି ରେକର୍ଡ ଓ ବନ୍ଦୋବସ୍ତ କମିଶନର ଭାବେ କାର୍ଯ୍ୟ କରୁଥିଲେ ।

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଥିବା 2005 ବ୍ୟାଚର ଆଇଏଏସ ଆର ଭିନିଲ କ୍ରିଷ୍ଣାଙ୍କୁ ମଧ୍ୟ ବଦଳି କରାଯାଇଛି । ସେ ପୂର୍ବରୁ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗରେ ଥିବାବେଳେ ଏଥିରୁ ହଟାଇ ତାଙ୍କୁ ଓଡ଼ିଶା ଜମି ରେକର୍ଡ ଓ ବନ୍ଦୋବସ୍ତ କମିଶନର ଭାବେ ଅବସ୍ଥାପିତ କରିଛନ୍ତି ମୋହନ ସରକାର । ଉକ୍ତ ପଦବୀକୁ ରାଜ୍ୟ ସରକାର ଓଡ଼ିଶା ଆଇଏଏସ କ୍ୟାଡ଼ରରେ ସଚିବ ପାହ୍ୟାର ସୁବିଧା ସୁଯୋଗ ଦେବାକୁ ଘୋଷଣା କରିଛନ୍ତି । ସେହିପରି ରାଜ୍ୟ ସରକାର ଖୁବଶୀଘ୍ର ଆଇଏଏସ ସ୍ତରରେ ଆଉ ଏକ ବଡ଼ଧରଣର ଅଦଳବଦଳ କରିବାକୁ ଯାଉଥିବା ଆଭାସ ମିିଳିଛି । ନବୀନ ସରକାରରେ ପାୱାର ଫୁଲ ଥିବା ଆଉ କିଛି ଅଫିସରଙ୍କୁ ମଧ୍ୟ ବଦଳି କରାଯିବ ।

Relaited News

ଆମେରିକା ରାଷ୍ଟ୍ରପତି ନିର୍ବାଚନ; ରେସ୍‌ରୁ ଓହରିଲେ, କ୍ୟାମ୍ପେନିଂ ବନ୍ଦ କଲେ ବାଇଡେନ୍

ଆମେରିକା ରାଷ୍ଟ୍ରପତି ରେସରୁ ଓହରିଲେ ଜୋ ବାଇଡେନ । ଉପ ରାଷ୍ଟ୍ରପତି କମଳା ହାରିସଙ୍କ ନାମକୁ ଡେମୋକ୍ରାଟିକ୍ ଦଳର ନୂଆ ରାଷ୍ଟ୍ରପତି ଚେହେରା ଭାବେ ନୋମିନେଟ୍ କରିଛନ୍ତି ବାଇଡେନ୍ । 2024 ଆମେରିକା ରାଷ୍ଟ୍ରପତି ନିର୍ବାଚନ କ୍ୟାମ୍ପେନିଂରୁ ମଧ୍ୟ ନିଜେ ବାଇଡେନ୍ ଓହରି ଯାଇଛନ୍ତି । ବାଇଡେନ୍ 2024 ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଦ୍ବିତୀୟ ଥର ରାଷ୍ଟ୍ରପତି ପାଇ

ଭବାନୀ ଶଙ୍କର ଭୋଇ ନୂଆ ଉପବାଚସ୍ପତି

ଭୁବନେଶ୍ବର: ନିର୍ବାଚିତ ହେଲେ ଉପବାଚସ୍ପତି । ଭବାନୀ ଶଙ୍କର ଭୋଇଙ୍କ ନାଁରେ ବାଜିଲା ମୋହର । ନିର୍ଦ୍ବନ୍ଦ୍ବରେ ନୂଆ ଉପବାଚସ୍ପତି ଭାବେ ଭବାନୀ ଶଙ୍କର ଭୋଇ ନିର୍ବାଚିତ ହୋଇଛନ୍ତି । ଏନେଇ ବାଚସ୍ପତି ସୁରମା ପାଢୀ ତାଙ୍କ ନାଁ ଘୋଷଣା କରିଛନ୍ତି । ଦୁଇ ଥରର ବିଧାୟକ ହେଉଛନ୍ତି ଭବାନୀ ଭୋଇ । ଭବାନୀ ହିଁ ଜଣେ ମାତ୍ର ବିଧାୟକ ଉପବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଥ

ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ: ୮.୫% ଅଭିବୃଦ୍ଧି ଲକ୍ଷ୍ୟ

ଭୁବନେଶ୍ବର: ଗତକାଲି ସଂସଦରେ କେନ୍ଦ୍ରୀୟ ବଜେଟ ଉପସ୍ଥାପିତ ହୋଇଥିବା ବେଳେ ଆସନ୍ତାକାଲି (ଗୁରୁବାର) ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପିତ ହେବାକୁ ଯାଉଛି । ବିଜେପି ସରକାର ପ୍ରଥମ ବଜେଟର ରୂପରେଖ କିପରି ରହିବ, ସେନେଇ ସମସ୍ତଙ୍କ ନଜର ରହିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ଗୃହରେ ବଜେଟ ଉପସ୍ଥାପନ କରିବେ । ଏହା ପୂର୍ବରୁ ଆଜି ସଂଧ୍ୟାରେ ଅର୍ଥନ

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ; ସାର୍ବଜନୀନ ହେବ ଜଷ୍ଟିସ ରଘୁବୀର ଦାସ କମିଶନ ରିପୋର୍ଟ

ନିଷ୍ପତ୍ତି ସମ୍ପର୍କରେ ଭାରତୀୟ ପ୍ରତ୍ନତାତ୍ତିକ ବିଭାଗ ‘ଏଏସଆଇ’ ସୁପରିଟେଣ୍ଡେଣ୍ଟ ଡି.ବି ଗଡନାୟକ ସୂଚନା ଦେଇଛନ୍ତି । 2018 ମସିହାର ରିପୋର୍ଟ ଓ ଲେଜର ସ୍କାନିଂ ରିପୋର୍ଟ ଆଧାରରେ ରତ୍ନଭଣ୍ଡାର ଖୋଲାହେବ । ରତ୍ନଭଣ୍ଡାର କମିଟି ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି ସମ୍ପର୍କରେ ନିଷ୍ପତ୍ତି ନେବ । ଭାରତୀୟ ପ୍ରତ୍ନତାତ୍ତିକ ବିଭାଗ ‘ଏଏସଆଇ&rsq

SCBରେ ନର୍ସ ଓ ହାଉସ ସର୍ଜନ ବିବାଦ ଥମିଲା

ାସ୍ଥ୍ୟ ବିକାଶ ସମିତି ତଥା ସିଏମ୍‌ସି କମିଶନର ବିଜୟ କୁମାର ଦାଶ । ତେବେ ବଡ଼ ମେଡିକାଲରେ କାର୍ଯ୍ୟରତ ନର୍ସିଂ ଷ୍ଟାଫ୍ ଓ ହାଉସ୍ ସର୍ଜନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଆଜି ଉଗ୍ର ରୂପ ନେଇଥିଲା । ଗତକାଲି ଡକରା ଅନୁଯାୟୀ ଆଜିଠୁ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିଲେ ହାଉସ ସର୍ଜନ । ଆନ୍ଦୋଳନ ସମୟରେ ଏମରଜେନ୍ସି ଡ୍ୟୁଟି, ଲେବର ରୁମ, କାଜୁଆଲଟି

ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ

ହସ୍ପିଟାଲରେ ଲାଗିଲା ନିଆଁ । କଟକ ପୁରୀଘାଟ ଥାନା ନିକଟ ଏକ ଘରୋଇ ହସ୍ପିଟାଲରେ ନିଆଁ ଲାଗିଛି । ତେବେ ପ୍ରାଥମିକ ସୂଚନା ମୁତାବକ, ସର୍ଟସର୍କିଟରୁ ଏହି ନିଆଁ ଲାଗିଥିବାବେଳେ, ବର୍ତ୍ତମାନ ସମୟରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି । ଅନ୍ୟପଟେ ରୋଗୀମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେ

ଆସନ୍ତାକାଲିଠୁ SCBରେ କାର୍ଯ୍ୟବନ୍ଦ ଆନ୍ଦୋଳନ

ଟଡୋର, ୱାର୍ଡ, ICU ଓ OTରେ କାର୍ଯ୍ୟ କରିବେ ନାହିଁ ବୋଲି ରୋକଠୋକ କହିଛନ୍ତି ହାଉସ ସର୍ଜନ । ସେମାନଙ୍କ ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ । ସେପଟେ ହାଉସ ସର୍ଜନଙ୍କ କାର୍ଯ୍ୟବନ୍ଦ ପ୍ରଭାବରେ ରୋଗୀଙ୍କ ଉପରେ ବିଶେଷ ଭାବରେ ପ୍ରଭାବ ପଡ଼ିବ । ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ହାଉସ ସର୍ଜନ ଓ ନର୍ସିଂ କର୍ମଚାରୀଙ୍କ ଭିତରେ ଚାଲିଥିବା ବିବା

ଶ୍ରୀବିଗ୍ରହଙ୍କ ଅଧରପଣା ନୀତି ସମ୍ପନ୍ନ

ପୁରୀ: ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ସରିଲା ଅଧରପଣା ନୀତି । ଅଧରହାଣ୍ଡି ଭଙ୍ଗାଯିବା ପରେ ପଣା ପାଇ ତୃପ୍ତ ହୋଇଛନ୍ତି ଚଣ୍ଡି ଚାମୁଣ୍ଡା ଓ ଅଶରୀରୀ । ଆଜି ଆଷାଢ ଶୁକ୍ଳ ଦ୍ବାଦଶୀ ଜ୍ୟେଷ୍ଠ ନକ୍ଷତ୍ର ତିଥିରେ ଅଧରପଣା ନୀତି ଅନୁଷ୍ଠିତ ହୋଇଥିଲା । ତିନି ଠାକୁରଙ୍କ ଠାରେ 9ଟି ମାଟି ହାଣ୍ଡିରେ ଅଧରପଣା ଲାଗି ହୋଇଥିଲା । ଏହାପରେ ଅଧର ପଣାକୁ ଚଣ୍ଡି ଚାମୁଣ୍ଡା, ଅଶର

ରାଜ୍ୟପାଳଙ୍କ ପୁଅ ନାଁରେ ସାଂଘାତିକ ଅଭିଯୋଗ: ରାଜଭବନ କର୍ମଚାରୀଙ୍କୁ ଅତ୍ୟାଚାର

ଭୁବନେଶ୍ୱର: ASOଙ୍କୁ ମାଡମାରିଲେ ରାଜ୍ୟପାଳଙ୍କ ପୁଅ ! ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆସିଛି । ରାଜଭବନ କର୍ମଚାରୀ ଡ୍ୟୁଟିରେ ଥିବା ସମୟରେ ତାଙ୍କୁ ମାଡ଼ ମାରିବା ସହ ଗାଳି ଗୁଳଜ କରିଥିବା ଅଭିଯୋଗ ସାମ୍ନାକୁ ଆସିଛି । ଏନେଇ ରାଜ୍ୟପାଳ ଓ ରାଜ୍ୟପାଳଙ୍କ ସଚିବଙ୍କ ପାଖରେ ଲିଖିତ ଭାବେ ଜଣାଇଥିଲେ ପୀଡିତ ଏଏସଓ ବୈକୁଣ୍ଠନା

Recent News