ଖୋଲିବ ରତ୍ନଭଣ୍ଡାର: ଯାଞ୍ଚ କମିଟିର ସୁପାରିଶରେ ବାଜିଲା ମୋହର

Odishakhabar:

 ଭୁବନେଶ୍ବର: ଆସନ୍ତା ୧୪ ତାରିଖରେ ଖୋଲିପାରେ ରତ୍ନଭଣ୍ଡାର । ଯାଞ୍ଚ କମିଟିର ସୁପାରିଶକୁ ପରିଚାଳନା କମିଟି ମୋହର ମାରିଛି । ପରିଚାଳନା କମିଟିର ସୁପାରିଶ ଆଜି ପହଞ୍ଚିବା ପରେ ବିଭିନ୍ନ ଦିଗକୁ ଯାଞ୍ଚ କରାଯିବ । ଯେଉଁ ଏସଓପି ସୁପାରିଶ ଆସିବ ତାକୁ ବିଭିନ୍ନ ଦିଗକୁ ନେଇ ଯାଞ୍ଚ କରାଯିବ । ନୀତିକାନ୍ତି ସହ ଖ

ାପ ଖୁଆଇ ସବୁ ଦିଗକୁ ସୁବିଧା ହେବା ଭଳି ନିଷ୍ପତ୍ତି ହେବ । ଯାଞ୍ଚ କମିଟି ଯେଉଁ ତାରିଖ ଧାର୍ଯ୍ୟ କରିଛି ସେହି ତାରିଖ ପ୍ରାୟତଃ ସ୍ପଷ୍ଟ ବୋଲି କହିଛନ୍ତି ଆଇନମନ୍ତ୍ରୀ । ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ପ୍ରାୟତଃ ସ୍ପଷ୍ଟ ବୋଲି କୁହାଯାଉଛି ।

ଆରମ୍ଭ ହେବ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା । ରତ୍ନଭଣ୍ଡାରର ଯାଞ୍ଚ ହେବା ସହିତ ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନର ଗଣତି ଏବଂ ମଣତି କରାଯିବ । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "୧୪ ତାରିଖରେ ପ୍ରାୟତଃ ରତ୍ନଭଣ୍ଡାର ଖୋଲାଯାଇପାରେ । ଏହି ତାରିଖରେ କୌଣସି ପରିବର୍ତ୍ତନ କରାଯିବ ନାହିଁ । ଯେଉଁ ତାରିଖ ଧାର୍ଯ୍ୟ କରିଛି ସେହି ତାରିଖ ପ୍ରାୟତଃ ସ୍ପଷ୍ଟ । ରତ୍ନଭଣ୍ଡାରରେ କେତେ ଅଳଙ୍କାର ରହିଛି ଏହାକୁ ଗଣତି କରାଯିବା ପରେ ରିପୋର୍ଟକୁ ସାର୍ବଜନୀନ କରାଯିବ । ତେବେ ରତ୍ନଭଣ୍ଡାର ଖୋଲାଯିବା ନିଶ୍ଚିତ । ଏହାକୁ କିପରି ଖୋଲାଯିବ ସେନେଇ ମୋଡାଲିଟି ପ୍ରସ୍ତୁତ କରାଯାଇଛି ।" ଶାସନକୁ ଆସିବା ପୂର୍ବରୁ ବିଜେପି ଯେଉଁ ପ୍ରତିଶ୍ରୁତିି ଦେଇଥିଲା ତାହା ନିଶ୍ଚୟ ପୂୂରଣ ହେବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ । ସେପଟେ କେମିତି ଅଳଙ୍କାର ଗଣତି ଓ ମଣତି ହେବ, ତାହା ଉପରେ ଶ୍ରୀଜଗନ୍ନାଥ ପ୍ରେମୀଙ୍କର ନଜର ରହିଛି ।

ସେପଟେ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗକୁ ନେଇ ତେଜିଲା ରାଜନୀତି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, "ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ କିଛି ନୂତନତା ନାହିଁ । କଂଗ୍ରେସ ବହୁତ ଆଗରୁ ରତ୍ନଭଣ୍ଡାର ଖୋଲିବା ପାଇଁ ଦାବି କରିଆସିଛି । ବିଜେଡି ସରକାର ମଧ୍ୟ କମିଟି କରି ରତ୍ନ ଭଣ୍ଡାର ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ । ବିଜେପି ଖାଲି ବାହାସ୍ପଟ ମାରୁଛି । ଜଗନ୍ନାଥଙ୍କ ଭକ୍ତଙ୍କ ସେଣ୍ଟିମେଣ୍ଟ ଆଧାରରେ ରତ୍ନ ଭଣ୍ଡାର ଖୋଲିବା ଆବଶ୍ୟକ । ପୂର୍ବରୁ ରତ୍ନଭଣ୍ଡାରରେ କଣ ସମ୍ପତ୍ତି ରହିଥିଲା ଏବେ ଖୋଲା ହେବା ପରେ କ'ଣ ସମ୍ପତ୍ତି ବାହାରିଲା ତାହାର ମଧ୍ୟ ତର୍ଜମା କରାଯାଉ ।"

Relaited News

ଆମେରିକା ରାଷ୍ଟ୍ରପତି ନିର୍ବାଚନ; ରେସ୍‌ରୁ ଓହରିଲେ, କ୍ୟାମ୍ପେନିଂ ବନ୍ଦ କଲେ ବାଇଡେନ୍

ଆମେରିକା ରାଷ୍ଟ୍ରପତି ରେସରୁ ଓହରିଲେ ଜୋ ବାଇଡେନ । ଉପ ରାଷ୍ଟ୍ରପତି କମଳା ହାରିସଙ୍କ ନାମକୁ ଡେମୋକ୍ରାଟିକ୍ ଦଳର ନୂଆ ରାଷ୍ଟ୍ରପତି ଚେହେରା ଭାବେ ନୋମିନେଟ୍ କରିଛନ୍ତି ବାଇଡେନ୍ । 2024 ଆମେରିକା ରାଷ୍ଟ୍ରପତି ନିର୍ବାଚନ କ୍ୟାମ୍ପେନିଂରୁ ମଧ୍ୟ ନିଜେ ବାଇଡେନ୍ ଓହରି ଯାଇଛନ୍ତି । ବାଇଡେନ୍ 2024 ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଦ୍ବିତୀୟ ଥର ରାଷ୍ଟ୍ରପତି ପାଇ

ଭବାନୀ ଶଙ୍କର ଭୋଇ ନୂଆ ଉପବାଚସ୍ପତି

ଭୁବନେଶ୍ବର: ନିର୍ବାଚିତ ହେଲେ ଉପବାଚସ୍ପତି । ଭବାନୀ ଶଙ୍କର ଭୋଇଙ୍କ ନାଁରେ ବାଜିଲା ମୋହର । ନିର୍ଦ୍ବନ୍ଦ୍ବରେ ନୂଆ ଉପବାଚସ୍ପତି ଭାବେ ଭବାନୀ ଶଙ୍କର ଭୋଇ ନିର୍ବାଚିତ ହୋଇଛନ୍ତି । ଏନେଇ ବାଚସ୍ପତି ସୁରମା ପାଢୀ ତାଙ୍କ ନାଁ ଘୋଷଣା କରିଛନ୍ତି । ଦୁଇ ଥରର ବିଧାୟକ ହେଉଛନ୍ତି ଭବାନୀ ଭୋଇ । ଭବାନୀ ହିଁ ଜଣେ ମାତ୍ର ବିଧାୟକ ଉପବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଥ

ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ: ୮.୫% ଅଭିବୃଦ୍ଧି ଲକ୍ଷ୍ୟ

ଭୁବନେଶ୍ବର: ଗତକାଲି ସଂସଦରେ କେନ୍ଦ୍ରୀୟ ବଜେଟ ଉପସ୍ଥାପିତ ହୋଇଥିବା ବେଳେ ଆସନ୍ତାକାଲି (ଗୁରୁବାର) ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପିତ ହେବାକୁ ଯାଉଛି । ବିଜେପି ସରକାର ପ୍ରଥମ ବଜେଟର ରୂପରେଖ କିପରି ରହିବ, ସେନେଇ ସମସ୍ତଙ୍କ ନଜର ରହିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ଗୃହରେ ବଜେଟ ଉପସ୍ଥାପନ କରିବେ । ଏହା ପୂର୍ବରୁ ଆଜି ସଂଧ୍ୟାରେ ଅର୍ଥନ

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ; ସାର୍ବଜନୀନ ହେବ ଜଷ୍ଟିସ ରଘୁବୀର ଦାସ କମିଶନ ରିପୋର୍ଟ

ନିଷ୍ପତ୍ତି ସମ୍ପର୍କରେ ଭାରତୀୟ ପ୍ରତ୍ନତାତ୍ତିକ ବିଭାଗ ‘ଏଏସଆଇ’ ସୁପରିଟେଣ୍ଡେଣ୍ଟ ଡି.ବି ଗଡନାୟକ ସୂଚନା ଦେଇଛନ୍ତି । 2018 ମସିହାର ରିପୋର୍ଟ ଓ ଲେଜର ସ୍କାନିଂ ରିପୋର୍ଟ ଆଧାରରେ ରତ୍ନଭଣ୍ଡାର ଖୋଲାହେବ । ରତ୍ନଭଣ୍ଡାର କମିଟି ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି ସମ୍ପର୍କରେ ନିଷ୍ପତ୍ତି ନେବ । ଭାରତୀୟ ପ୍ରତ୍ନତାତ୍ତିକ ବିଭାଗ ‘ଏଏସଆଇ&rsq

SCBରେ ନର୍ସ ଓ ହାଉସ ସର୍ଜନ ବିବାଦ ଥମିଲା

ାସ୍ଥ୍ୟ ବିକାଶ ସମିତି ତଥା ସିଏମ୍‌ସି କମିଶନର ବିଜୟ କୁମାର ଦାଶ । ତେବେ ବଡ଼ ମେଡିକାଲରେ କାର୍ଯ୍ୟରତ ନର୍ସିଂ ଷ୍ଟାଫ୍ ଓ ହାଉସ୍ ସର୍ଜନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଆଜି ଉଗ୍ର ରୂପ ନେଇଥିଲା । ଗତକାଲି ଡକରା ଅନୁଯାୟୀ ଆଜିଠୁ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିଲେ ହାଉସ ସର୍ଜନ । ଆନ୍ଦୋଳନ ସମୟରେ ଏମରଜେନ୍ସି ଡ୍ୟୁଟି, ଲେବର ରୁମ, କାଜୁଆଲଟି

ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ

ହସ୍ପିଟାଲରେ ଲାଗିଲା ନିଆଁ । କଟକ ପୁରୀଘାଟ ଥାନା ନିକଟ ଏକ ଘରୋଇ ହସ୍ପିଟାଲରେ ନିଆଁ ଲାଗିଛି । ତେବେ ପ୍ରାଥମିକ ସୂଚନା ମୁତାବକ, ସର୍ଟସର୍କିଟରୁ ଏହି ନିଆଁ ଲାଗିଥିବାବେଳେ, ବର୍ତ୍ତମାନ ସମୟରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି । ଅନ୍ୟପଟେ ରୋଗୀମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେ

ଆସନ୍ତାକାଲିଠୁ SCBରେ କାର୍ଯ୍ୟବନ୍ଦ ଆନ୍ଦୋଳନ

ଟଡୋର, ୱାର୍ଡ, ICU ଓ OTରେ କାର୍ଯ୍ୟ କରିବେ ନାହିଁ ବୋଲି ରୋକଠୋକ କହିଛନ୍ତି ହାଉସ ସର୍ଜନ । ସେମାନଙ୍କ ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ । ସେପଟେ ହାଉସ ସର୍ଜନଙ୍କ କାର୍ଯ୍ୟବନ୍ଦ ପ୍ରଭାବରେ ରୋଗୀଙ୍କ ଉପରେ ବିଶେଷ ଭାବରେ ପ୍ରଭାବ ପଡ଼ିବ । ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ହାଉସ ସର୍ଜନ ଓ ନର୍ସିଂ କର୍ମଚାରୀଙ୍କ ଭିତରେ ଚାଲିଥିବା ବିବା

ଶ୍ରୀବିଗ୍ରହଙ୍କ ଅଧରପଣା ନୀତି ସମ୍ପନ୍ନ

ପୁରୀ: ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ସରିଲା ଅଧରପଣା ନୀତି । ଅଧରହାଣ୍ଡି ଭଙ୍ଗାଯିବା ପରେ ପଣା ପାଇ ତୃପ୍ତ ହୋଇଛନ୍ତି ଚଣ୍ଡି ଚାମୁଣ୍ଡା ଓ ଅଶରୀରୀ । ଆଜି ଆଷାଢ ଶୁକ୍ଳ ଦ୍ବାଦଶୀ ଜ୍ୟେଷ୍ଠ ନକ୍ଷତ୍ର ତିଥିରେ ଅଧରପଣା ନୀତି ଅନୁଷ୍ଠିତ ହୋଇଥିଲା । ତିନି ଠାକୁରଙ୍କ ଠାରେ 9ଟି ମାଟି ହାଣ୍ଡିରେ ଅଧରପଣା ଲାଗି ହୋଇଥିଲା । ଏହାପରେ ଅଧର ପଣାକୁ ଚଣ୍ଡି ଚାମୁଣ୍ଡା, ଅଶର

ରାଜ୍ୟପାଳଙ୍କ ପୁଅ ନାଁରେ ସାଂଘାତିକ ଅଭିଯୋଗ: ରାଜଭବନ କର୍ମଚାରୀଙ୍କୁ ଅତ୍ୟାଚାର

ଭୁବନେଶ୍ୱର: ASOଙ୍କୁ ମାଡମାରିଲେ ରାଜ୍ୟପାଳଙ୍କ ପୁଅ ! ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆସିଛି । ରାଜଭବନ କର୍ମଚାରୀ ଡ୍ୟୁଟିରେ ଥିବା ସମୟରେ ତାଙ୍କୁ ମାଡ଼ ମାରିବା ସହ ଗାଳି ଗୁଳଜ କରିଥିବା ଅଭିଯୋଗ ସାମ୍ନାକୁ ଆସିଛି । ଏନେଇ ରାଜ୍ୟପାଳ ଓ ରାଜ୍ୟପାଳଙ୍କ ସଚିବଙ୍କ ପାଖରେ ଲିଖିତ ଭାବେ ଜଣାଇଥିଲେ ପୀଡିତ ଏଏସଓ ବୈକୁଣ୍ଠନା

Recent News