ନୂଆଦିଲ୍ଲୀ: ନିଟ୍-ୟୁଜି ପରୀକ୍ଷା ପେପର ଲିକ୍ ଓ ପରିଚାଳନାରେ ହୋଇଥିବା ଅନିୟମିତତାରେ କେନ୍ଦ୍ର ଓ ପରୀକ୍ଷା ସଂସ୍ଥା ‘ଏନଟିଏ’ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସର୍ବୋଚ୍ଚ କୋର୍ଟ । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ପ୍ରଘଟ ହୋଇଛି,ଏଥିରେ ସନ୍ଦେହ ନାହିଁ । ଏହାକୁ ସ୍ବୀକାର କରିବାକୁ ପଡିବ ବୋଲି କୋର୍ଟ କହିଛନ୍ତି । ଏହା ସହ ଏହି ସଙ୍ଗୀନ ମାମଲାରେ ତଦନ୍ତ କେତେ ଆଗେଇଛି ସେନେଇ ମଧ୍ୟ କୋର୍ଟ ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି । ଏହି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତଦନ୍ତ କରୁଛି । ତେଣୁ ବୁଧବାର ସଂଧ୍ୟା ସୁଦ୍ଧା କେନ୍ଦ୍ର ସରକାର ଓ ପରୀକ୍ଷା ପରିଚାଳନା ସଂସ୍ଥା ‘ଏନଟିଏ’ ମାମଲାର ତଦନ୍ତ ସମ୍ପର୍କିତ ବିସ୍ତୃତ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବେ । ମାମଲାର ପରବର୍ତ୍ତୀ ଶୁଣାଣି ଗୁରୁବାର ହେବ ।
lback_4cce57; font-size: 17px;">ଇନଭେଷ୍ଟିଗେସନ ଷ୍ଟାଟସ ରିପୋର୍ଟ ଆଧାରରେ ବଡ ନିଷ୍ପତ୍ତି ଗ୍ରହଣ କରିପାରନ୍ତି ସର୍ବୋଚ୍ଚ କୋର୍ଟ । କୋର୍ଟ ଆଜି ଏହା ମଧ୍ୟ କହିଛନ୍ତି ଯେ, କେତେ ମାତ୍ରାରେ ପରୀକ୍ଷା ପରିଚାଳନାରେ ବିଭ୍ରାଟ ହୋଇଛି, ସେ ସମ୍ପର୍କରେ ଅନୁଧ୍ୟାନ କରିବା ପରେ ସେହି ଆଧାରରେ ପୁନଃପରୀକ୍ଷା ହେବ କି ନାହିଁ ତାହା ଚୂଡାନ୍ତ ହେବ ବୋଲି ଖଣ୍ଡପୀଠ କହିଛନ୍ତି ।
ଆଜି ଏହି ମାମଲାର ଶୁଣାଣି ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କରିଥିଲେ । ଏହି ମାମଲାରେ କେତେ ଏତଲା କେଉଁଠାରେ ପଞ୍ଜୀକୃତ ହୋଇଛି । ଏହାର ତଦନ୍ତ କେତେ ଆଗେଇଛି, ସେ ସମ୍ପର୍କରେ ତଥ୍ୟ ମଗାଯାଇଥିଲା । ସେହିପରି ଏହି ପ୍ରସଙ୍ଗ 24 ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଡିତ । ଏଥିରେ କୌଣସି ସନ୍ଦେହ ନାହିଁ ଯେ, ପରୀକ୍ଷା ପରିଚାଳନାରେ ବୁଝାମଣା କରାଯାଇଛି । ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ଅଭିଯୋଗ ସତ୍ୟ, ଏହାକୁ ଗ୍ରହଣ କରିବାକୁ ପଡିବ ବୋଲି ଖଣ୍ଡପୀଠ କହିଛନ୍ତି । କେତେ ମାତ୍ରାରେ ଏହି ବିଭ୍ରାଟ ହୋଇଛି ସେ ସମ୍ପର୍କରେ କୋର୍ଟ ଜାଣିବାକୁ ଚାହାନ୍ତି ବୋଲି ମଧ୍ୟ କହିଥିଲେ । କେନ୍ଦ୍ର ସରକାର ଓ ‘ଏନଟିଏ’ ପକ୍ଷରୁ ପକ୍ଷ ରଖୁଥିବା ଓକିଲ ସମୟ ମାଗିଥିଲେ । କୋର୍ଟ ବୁଧବାର ସଂଧ୍ୟା ସୁଦ୍ଧା ଉଭୟ କେନ୍ଦ୍ର ସରକାର ଓ ଏନଟିଏକୁ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେବା ସହ ପରବର୍ତ୍ତୀ ଶୁଣାଣି ଗୁରୁବାରକୁ ଧାର୍ଯ୍ୟ କରି ଶୁଣାଣି ସ୍ଥଗିତ ରଖିଛନ୍ତି ।
ଚଳିତବର୍ଷ ମେ’ ମାସ ୫ ତାରିଖରେ NEET ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଦେଶର ବିଭିନ୍ନ କେନ୍ଦ୍ରରେ ମୋଟ ୨୪ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଆବେଦନ ଫର୍ମରେ ପଞ୍ଜିକରଣ କରିବା ସହ ପ୍ରାୟ ସାଢେ ୨୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ । ପୂର୍ବରୁ ଏହି ରେଜଲ୍ଟ ଜୁନ ୧୪ ତାରିଖରେ ଘୋଷଣା ହେବାକୁ ସ୍ଥିର କରାଯାଇଥିବା ବେଳେ ୪ ତାରିଖରେ ପରୀକ୍ଷା ଫଳାଫଳ ପ୍ରକାଶନକୁ ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା । ଫଳାଫଳରେ ୬୭ ଜଣ ପରୀକ୍ଷାର୍ଥୀ ଶୀର୍ଷ ସ୍ଥାନରେ ରହିବା ପରେ ବିବାଦ ଦେଖାଯିବା ସହ ସ୍ବଚ୍ଛ୍ବତା ଉପରେ ପ୍ରଶ୍ନ ସୃଷ୍ଟି ହୋଇଥିଲା । ଏହି ଘଟଣାର ତଦନ୍ତ ପାଇଁ ଏକ ‘ଏସଆଇଟି’ ଗଠନ କରିବା ଦାବିରେ ସର୍ବୋଚ୍ଚ କୋର୍ଟରେ ମାମଲା କରିଥିଲେ ବହୁ ପରୀକ୍ଷାର୍ଥୀ । ସେହିପରି କାଉନସିଲିଂ ପ୍ରକ୍ରିୟାକୁ ବନ୍ଦ ରଖିବା ପାଇଁ ମଧ୍ୟ ଆବେଦନରେ ଦାବି ହୋଇଥିଲା । ଗ୍ରେସ ମାର୍କ ପାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ସାନି ପରୀକ୍ଷା କରାଇ ଫଳ ମଧ୍ୟ ପ୍ରକାଶିତ ହୋଇସାରିଛି । ତଥାପି କାଉନସିଲିଂ ବନ୍ଦ ରଖାଯାଇଛି । ଆଜି ସର୍ବୋଚ୍ଚ କୋର୍ଟ ଏହି ମାମଲାରେ ବିସ୍ତୃତ ତଥ୍ୟ ମାଗିଛନ୍ତି ।