ପେପରଲିକରୁ ପିଚ୍ଛା ଛାଡୁନି ବିବାଦ, କାଉନସିଲିଂ ସ୍ଥଗିତ

Odishakhabar:

 ପେପର ଲିକ୍‌ କାରଣରୁ ବିବାଦରେ ଥିବା NEET-UG ପରୀକ୍ଷା ପ୍ରକ୍ରିୟାରେ ପୁଣି ଭିନ୍ନ ମୋଡ । ଆରମ୍ଭ ହେବା ପୂର୍ବରୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ସ୍ଥଗିତ ରହିଲା ‘ନିଟ-ୟୁଜି’ କାଉନସିଲିଂ । ଆଜିଠାରୁ (ଶନିବାର) ଏହି କାଉନସିଲିଂ ପ୍ରକ୍ରିୟା ଆରମ୍ଭ ହେବାର ଥିଲା । ମାତ୍ର ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଏହାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ଘୋଷଣା କରିଛି ଜାତୀୟ ପରୀକ୍ଷା ସଂସ୍ଥା ‘ଏନଟିଏ’ । ଏନେଇ ସଂସ୍ଥା ଖୁବଶୀଘ୍ର ଏକ ସାନି ତାରିଖ ଘୋଷଣା କରିବ । ଗ୍ରେସମାର୍କ ପାଇଥିବା ପରୀକ୍ଷାର୍ଥୀଙ୍କ ସାନିପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଆଜିଠାରୁ କାଉନସିଲିଂ ପ୍ରକ୍ରିୟା ଆରମ୍ଭ ହେବାର ଥିଲା ।

ଚଳିତମାସ (ଜୁଲାଇ) ପହିଲାରେpx;"> NEET-UGର ସାନିପରୀକ୍ଷା ଫଳ ପ୍ରକାଶ ପାଇଥିଲା । 1563 ଗ୍ରାସ ମାର୍କ ପାଇଥିବା ପରୀକ୍ଷାର୍ଥୀଙ୍କର ପୁଣି ଥରେ ପରୀକ୍ଷା କରାଇ ‘ଏନଟିଏ’ ଫଳ ପ୍ରକାଶ କରାଯାଇଥିଲା । ମୋଟ 6ଟି କେନ୍ଦ୍ରରେ ଏହି ପରୀକ୍ଷା ହୋଇଥିବା ବେଳେ ଗ୍ରେସ ମାର୍କ ପାଇଥିବା ସମସ୍ତ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିନଥିଲେ । ଗତମାସ (ଜୁନ) 23 ତାରିଖରେ ହୋଇଥିବା ଏହି ପୁନଃପରୀକ୍ଷାରେ 1563 ପରୀକ୍ଷାର୍ଥୀଙ୍କ ମଧ୍ୟରୁ 813 ସାମିଲ ହୋଇଥିଲେ ।

ଚଳିତବର୍ଷ NEET ପରୀକ୍ଷାରେ ଏକକାଳୀନ ୬୭ଜଣ ପରୀକ୍ଷାର୍ଥୀ ଟପ୍ପର ହେବା ପରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା । ପରୀକ୍ଷା ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗରେ ମାମଲା ସର୍ବୋଚ୍ଚ କୋର୍ଟରେ ପହଞ୍ଚିଥିଲା । ଏହି ମାମଲାର ଶୁଣାଣି କରି ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ସୁପ୍ରିମକୋର୍ଟଙ୍କୁ ଅବଗତ କରି କହିଛି, 23ରେ ପରୀକ୍ଷା ଶେଷ ହୋଇ 30ରେ ରେଜଲ୍ଟ ବାହାରିବା ପରେ ପୂର୍ବରୁ ନିର୍ଦ୍ଧାରିତ ତାରିଖରେ କାଉନସିଲିଂ ପ୍ରକ୍ରିୟା ହେବ । ଚଳିତମାସ (ଜୁଲାଇ) ୬ ତାରିଖରୁ ଏମବିବିଏସ, ବିଡିଏସ ଓ ଅନ୍ୟାନ୍ୟ ଡାକ୍ତରୀ ପାଠ୍ୟକ୍ରମ ପାଇଁ କାଉନସିଲିଂ ହେବାକୁ ପୂର୍ବରୁ ସମୟ ନିର୍ଦ୍ଧାରିତ ହୋଇଥିଲା । ଆଜି ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି ।

ଚଳିତବର୍ଷ ମେ’ ମାସ ୫ ତାରିଖରେ NEET ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଦେଶର ବିଭିନ୍ନ କେନ୍ଦ୍ରରେ ମୋଟ ୨୪ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଆବେଦନ ଫର୍ମରେ ପଞ୍ଜିକରଣ କରିବା ସହ ପ୍ରାୟ ସାଢେ ୨୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ । ପୂର୍ବରୁ ଏହି ରେଜଲ୍ଟ ଜୁନ ୧୪ ତାରିଖରେ ଘୋଷଣା ହେବାକୁ ସ୍ଥିର କରାଯାଇଥିବା ବେଳେ ୪ ତାରିଖରେ ପରୀକ୍ଷା ଫଳାଫଳ ପ୍ରକାଶନକୁ ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା । ଫଳାଫଳରେ ୬୭ ଜଣ ପରୀକ୍ଷାର୍ଥୀ ଶୀର୍ଷ ସ୍ଥାନରେ ରହିବା ପରେ ବିବାଦ ଦେଖାଯିବା ସହ ସ୍ବଚ୍ଛ୍ବତା ଉପରେ ପ୍ରଶ୍ନ ସୃଷ୍ଟି ହୋଇଥିଲା । ଏହି ଘଟଣାର ତଦନ୍ତ ପାଇଁ ଏକ ‘ଏସଆଇଟି’ ଗଠନ କରିବା ଦାବିରେ ସର୍ବୋଚ୍ଚ କୋର୍ଟରେ ମାମଲା କରିଥିଲେ ବହୁ ପରୀକ୍ଷାର୍ଥୀ । ସେହିପରି କାଉନସିଲିଂ ପ୍ରକ୍ରିୟାକୁ ବନ୍ଦ ରଖିବା ପାଇଁ ମଧ୍ୟ ଆବେଦନରେ ଦାବି ହୋଇଥିଲା । ସୁପ୍ରିମକୋର୍ଟରୁ ଗ୍ରେସ ମାର୍କ ପାଇଥିବା ପରୀକ୍ଷାର୍ଥୀଙ୍କୁ ବଡ ଝଟକା ଲାଗିଥିଲା । ଆଜି କୋର୍ଟଙ୍କ ନିର୍ଦ୍ଦେଶରେ ହୋଇଥିବା ସାନିପରୀକ୍ଷାର ଫଳାଫଳ ମଧ୍ୟ ପ୍ରକାଶ ପାଇଛି ।

Relaited News

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ; ସାର୍ବଜନୀନ ହେବ ଜଷ୍ଟିସ ରଘୁବୀର ଦାସ କମିଶନ ରିପୋର୍ଟ

ନିଷ୍ପତ୍ତି ସମ୍ପର୍କରେ ଭାରତୀୟ ପ୍ରତ୍ନତାତ୍ତିକ ବିଭାଗ ‘ଏଏସଆଇ’ ସୁପରିଟେଣ୍ଡେଣ୍ଟ ଡି.ବି ଗଡନାୟକ ସୂଚନା ଦେଇଛନ୍ତି । 2018 ମସିହାର ରିପୋର୍ଟ ଓ ଲେଜର ସ୍କାନିଂ ରିପୋର୍ଟ ଆଧାରରେ ରତ୍ନଭଣ୍ଡାର ଖୋଲାହେବ । ରତ୍ନଭଣ୍ଡାର କମିଟି ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି ସମ୍ପର୍କରେ ନିଷ୍ପତ୍ତି ନେବ । ଭାରତୀୟ ପ୍ରତ୍ନତାତ୍ତିକ ବିଭାଗ ‘ଏଏସଆଇ&rsq

କେନ୍ଦ୍ରର ବଡ଼ ଘୋଷଣା: ଜୁନ ୨୫ରେ 'ସମ୍ବିଧାନ ହତ୍ୟା ଦିବସ',

ଦେଶ ପାଳିବ 'ସମ୍ବିଧାନ ହତ୍ୟା ଦିବସ' । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ପ୍ରତିବର୍ଷ ଜୁନ ମାସ ୨୫ ତାରିଖକୁ 'ସମ୍ବିଧାନ ହତ୍ୟା ଦିବସ' ଭାବେ ପାଳନ କରାଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟ୍ବିଟର (X) ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି । ତତ୍କାଳୀନ ଇନ୍ଦିରାଗାନ୍ଧୀ ସରକାର ସେହି ସମୟରେ ଏକ ଛତ୍ରବାଦୀ ଶାସନ କରିଥିବାରୁ 'ସ

ରାଜ୍ୟପାଳଙ୍କ ପୁଅ ନାଁରେ ସାଂଘାତିକ ଅଭିଯୋଗ: ରାଜଭବନ କର୍ମଚାରୀଙ୍କୁ ଅତ୍ୟାଚାର

ଭୁବନେଶ୍ୱର: ASOଙ୍କୁ ମାଡମାରିଲେ ରାଜ୍ୟପାଳଙ୍କ ପୁଅ ! ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆସିଛି । ରାଜଭବନ କର୍ମଚାରୀ ଡ୍ୟୁଟିରେ ଥିବା ସମୟରେ ତାଙ୍କୁ ମାଡ଼ ମାରିବା ସହ ଗାଳି ଗୁଳଜ କରିଥିବା ଅଭିଯୋଗ ସାମ୍ନାକୁ ଆସିଛି । ଏନେଇ ରାଜ୍ୟପାଳ ଓ ରାଜ୍ୟପାଳଙ୍କ ସଚିବଙ୍କ ପାଖରେ ଲିଖିତ ଭାବେ ଜଣାଇଥିଲେ ପୀଡିତ ଏଏସଓ ବୈକୁଣ୍ଠନା

ବିଶ୍ବକୁ ଘାରିଛି ଜନସଂଖ୍ୟା ବୃଦ୍ଧି ଚିନ୍ତା: ୨୦୫୦ ସୁଦ୍ଧା ଟପିବ ୧୦୦୦ କୋଟି !

ଦିନକୁ ଦିନ ବଢୁଥିବା ଜନସଂଖ୍ୟା କିଛି ଉପାୟରେ ଲାଭଦାୟକ ହୋଇଥିବା ବେଳେ କିଛି ଉପାୟରେ କ୍ଷତିକାରକ ମଧ୍ୟ । ଜନଗଣନାର ଏକ ବ୍ୟାପକ ଉଦ୍ଦେଶ୍ୟ ଅଛି । ଏହା ଅଧୀନରେ, କୌଣସି ଦେଶର ଭୌଗୋଳିକ ସୀମା ମଧ୍ୟରେ ଜନସଂଖ୍ୟା ବିଷୟରେ ଗଭୀର ସୂଚନା ବୈଜ୍ଞାନିକ ପଦ୍ଧତି ମାଧ୍ୟମରେ ସଂଗୃହିତ ହୁଏ । ସୂଚନା / ତଥ୍ୟକୁ ବିସ୍ତୃତ ଭାବରେ ଅଧ୍ୟୟନ କରିବା ପରେ, ଏହାର ଆଧାରରେ ନୀତି ପ୍ର

ଆଇଏଏସ ପୂଜା ଖେଡକର ମାମଲାର ତଦନ୍ତ ପାଇଁ ଭାରତ ସରକାର ଗଠନ କଲେ କମିଟି

ମୁମ୍ବାଇ: ବଢିବାରେ ଲାଗିଛି ମହାରାଷ୍ଟ୍ରର ଚର୍ଚ୍ଚିତ ଟ୍ରେନି ଆଇଏଏସ ଅଫିସର ପୂଜା ଖେଡ଼କରଙ୍କ ମୁସ୍କିଲ । ବିବାଦ ତାଙ୍କ ପିଛା ଛାଡ଼ିବାର ନାଁ ନେଉନି । ତାଙ୍କର ବାକିଥିବା ପ୍ରୋବେସନ ପିରିୟଡ ପୁଣେ ପରିବର୍ତ୍ତେ ଏବେ ୱାଶିମରେ କଟିବାକୁ ଯାଉଛି । ନିଯୁକ୍ତି ପୂର୍ବରୁ ସେ ଘର, ବ୍ୟକ୍ତିଗତ ଷ୍ଟାଫ ଓ ଗାଡ଼ି ଦାବି କରିଥିଲେ । ତାଙ୍କ ହ୍ବାଟ୍ସଆପ ଚାଟ୍‌ ଭାଇରାଲ

ଅର୍ଦ୍ଧସୈନିକ ବାହିନୀରେ ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ବିରୋଧୀ ଦଳମାନେ ସରକାରଙ୍କୁ ଟାର୍ଗେଟ କରିଚାଲିଥିବାବେଳେ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏବେ ପୂର୍ବତନ ଅଗ୍ନିବୀରମାନଙ୍କୁ ଅର୍ଦ୍ଧସାମରିକ ବାହିନୀରେ ୧୦ ପ୍ରତିଶତ ସଂରକ୍ଷଣ ଦିଆଯିବ। ସିଆଇଏସଏଫ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବ । ଏହାକୁ ନେଇ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସଏଫ) ପକ୍ଷରୁ ସମସ୍ତ ପ୍ର

ସର୍ବୋଚ୍ଚକୋର୍ଟଙ୍କ ବଡ ରାୟ,ଇସଲାମ ଧର୍ମରେ ଛାଡପତ୍ର ପରେ ପତ୍ନୀଙ୍କୁ ଭରଣପୋଷଣ ଦେବେ ସ୍ବାମୀ

ନୂଆଦିଲ୍ଲୀ: ଛାଡପତ୍ର ମାମଲାରେ ମୁସଲିମ୍‌ ମହିଳାଙ୍କ ଅଧିକାର ସମ୍ପର୍କରେ ବଡ ରାୟ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ଯେକୌଣସି କାରଣରୁ ଛାଡପତ୍ର ହେବା ପରେ ମହିଳାଙ୍କୁ ଭରଣପୋଷଣ ବାବଦକୁ ସ୍ବାମୀଙ୍କୁ ଅର୍ଥ ରାଶି ଦେବାକୁ ହେବ । କୌଣସି ଧର୍ମ ଏହି ପ୍ରସଙ୍ଗରେ ବାଧକ ନୁହେଁ । ଏହି କ୍ଷେତ୍ରରେ ଏହା କୌଣସି ଦାନ ରାଶି ନୁହେଁ ବରଂ ତାହା ସେମାନଙ୍କ (ମହିଳା)ଙ୍କର ଅ

ମୋଦିଙ୍କୁ ଋଷର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କଲେ ପୁଟିନ

ନୂଆଦିଲ୍ଲୀ: ଋଷ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କଲେ ସ୍ଥାନୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏକ ଭବ୍ୟ ସମାରୋହରେ ଋଷର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ ସେଣ୍ଟ ଆଣ୍ଡ୍ରୁ ଦି ପ୍ରେଷ୍ଟେଲ’ ସମ୍ମାନ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ନିଜେ ରାଷ୍ଟ୍ରପତି ପୁଟିନ ମୋଦିଙ୍କୁ ସମ୍ମାନିତ କରି

ଅସନ୍ତୋଷ ଝାଡିଲେ ସୁପ୍ରିମକୋର୍ଟ, ବୁଧବାର ସୁଦ୍ଧା ବିସ୍ତୃତ ଷ୍ଟାଟସ ରିପୋର୍ଟ ଦେବେ କେନ୍ଦ୍ର ଓ NTA

ନୂଆଦିଲ୍ଲୀ: ନିଟ୍‌-ୟୁଜି ପରୀକ୍ଷା ପେପର ଲିକ୍‌ ଓ ପରିଚାଳନାରେ ହୋଇଥିବା ଅନିୟମିତତାରେ କେନ୍ଦ୍ର ଓ ପରୀକ୍ଷା ସଂସ୍ଥା ‘ଏନଟିଏ’ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସର୍ବୋଚ୍ଚ କୋର୍ଟ । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ପ୍ରଘଟ ହୋଇଛି,ଏଥିରେ ସନ୍ଦେହ ନାହିଁ । ଏହାକୁ ସ୍ବୀକାର କରିବାକୁ ପଡିବ ବୋଲି କୋର୍ଟ କହିଛନ୍ତି । ଏହା ସହ ଏହି ସଙ୍ଗ

Recent News