ଗୁପଚୁପ ଖାଇଲେ ହେବ କ୍ୟାନସର !

Odishakhabar:

 ବେଙ୍ଗାଲୁରୁ: ଆପଣ ଗୁପଚୁପ ଖାଇବାକୁ ପସନ୍ଦ କରନ୍ତି କି ? ହୋଇଯାଆନ୍ତୁ ସାବଧାନ । ଗୁପଚୁପ ଖାଇଲେ ହୋଇପାରେ କ୍ୟାନସର । ରାସ୍ତାକଡ ହେଉ କିମ୍ବା ଯେକୌଣସି ରେଷ୍ଟୁରାଣ୍ଟ, ହେଉ ଗୁପଚୁପ ଖାଇବା ପୂର୍ବରୁ ଆପଣ ହୋଇଯାଆନ୍ତୁ ସତର୍କ । କାରଣ ଆପଣ ଯେଉଁ ଗୁପଚୁପ ଖାଉଛନ୍ତି ସେଥିରେ ମିଶାଯାଉଛି ମାରାତ୍ମକ କେମିକାଲ ! ଏହି କେମିକାଲ ଯୁକ୍ତ ଗୁପଚୁପ କ୍ୟାନସରର କାରଣ ହୋଇପାରେ ବୋଲି ନିକଟରେ କର୍ଣ୍ଣାଟକରେ ଖାଦ୍ୟ ସୁରକ୍ଷା ଅଧିକାରୀ ଯାଞ୍ଚ କରିବା ପରେ କହିଛନ୍ତି ।

ଷ୍ଟ୍ରିଟ ଫୁଡ ଭିତରେ ସମସ୍ତଙ୍କ ଅତି ପ୍ରିୟ ଗୁପଚୁପ । ହେଲେ ଏହି ଗୁପଚୁପ ଖାଇବା କେତେ ମାରାତ୍ମକ ସାଜିପାରେ ତାହା କର୍ଣ୍ଣାଟକରେ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ଯାଞ୍ଚ ପରେ ଜଣାପଡିଛି । ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ନିକଟରେ କର୍ଣ୍ଣାଟକରେ କିଛି ଗୁପଚୁପ ସାମ୍ପଲ ସଂଗ୍ରହ କରାଯାଇଥିଲା । ସେଥିମଧ୍ୟରୁ ପାଖାପାଖି ୨୨ ପ୍ରତିଶତ ଗୁପଚୁପରେ ଖାଦ୍ୟର ସର୍ବନିମ୍ନ ଗୁଣବତ୍ତା ନଥିବା ଯାଞ୍ଚରୁ ଜଣାପଡିଛି । ୨୬୦ ସାମ୍ପଲ ସଂଗ୍ରହ କରାଯାଇଥିବା ବେଳେ ସେଥିମଧ୍ୟରୁ ୪୧ ସାମ୍ପଲରେ କୃତ୍ରିମ ରଙ୍ଗ ଓ କେମିକାଲ ମିଶାଯାଇଥିବା ଜଣାପଡିଛି । ଯାହା କ୍ୟାନସର ଭଳି ମାରାତ୍ମକ ରୋଗର କାରଣ ସାଜିପାରେ । ଅନ୍ୟ ୧୮ଟି ନମୂନା ଯାଞ୍ଚ ବେଳେ ଏହା ମଣିଷ ଶରୀର ପାଇଁ ଉପଯୋଗୀ ନୁହେଁ ବୋଲି ଜଣାପଡିଛି ।

--tw-slashed-zero: ; --tw-numeric-figure: ; --tw-numeric-spacing: ; --tw-numeric-fraction: ; --tw-ring-inset: ; --tw-ring-offset-width: 0px; --tw-ring-offset-color: #fff; --tw-ring-color: rgba(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; margin: 0px 0px 20px; float: left; clear: both; font-size: 17px; line-height: 24px; width: 360px; font-family: __Noto_Sans_4cce57, __Noto_Sans_Fallback_4cce57;">ସୂଚନା ଅନୁଯାୟୀ, ରାଜ୍ୟରେ ଗୁପଚୁପର ଗୁଣବତ୍ତା ସଠିକ ନଥିବା ନେଇ କର୍ଣ୍ଣାଟକ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ନିକଟକୁ ଏକାଧିକ ଅଭିଯୋଗ ଆସିବା ପରେ ଏନେଇ ତଦନ୍ତ କରାଯାଇଥିଲା । ରାସ୍ତା କଡରେ ବିକ୍ରି ହେଉଥିବା ଗୁପଚୁପ ଷ୍ଟଲଠୁ ଆରମ୍ଭ କରି ନାମିଦାମୀ ରେଷ୍ଟ୍ରୁରାଣ୍ଟ ଗୁଡିକରୁ ନମୂନା ସଂଗ୍ରହ କରାଯାଇ ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଥିଲା । ଏଥିରେ କୃତ୍ରିମ ରଙ୍ଗ ଓ କେମିକାଲ ମିଶା ଯାଉଥିବା ବେଳେ ଏହା କ୍ୟାନସର ଭଳି ରୋଗ ସୃଷ୍ଟି କରିପାରେ ବୋଲି ଜଣାପଡିଛି । ଏହି ଗୁପଚୁପ ମଣିଷ ଶରୀର ପାଇଁ ଉପଯୋଗୀ ନୁହେଁ ବୋଲି ଅଧିକାଂଶ ନମୂନା ଯାଞ୍ଚ ବେଳେ ଜଣାପଡିଥିଲା ।

ସୂଚନା ଯୋଗ୍ୟ, କିଛି ଦିନ ତଳେ କର୍ଣ୍ଣାଟକ ସରକାର ଫୁଡ କଲର ରୋଡାମାଇନ-ବିକୁ ରାଜ୍ୟରେ ବ୍ୟାନ କରିଥିଲେ । ଏହାକୁ ଯିଏ ବ୍ୟବହାର କରିବ ତାହା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓ ଚେତାବନୀ ଦେଇଥିଲେ ।

Relaited News

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ; ସାର୍ବଜନୀନ ହେବ ଜଷ୍ଟିସ ରଘୁବୀର ଦାସ କମିଶନ ରିପୋର୍ଟ

ନିଷ୍ପତ୍ତି ସମ୍ପର୍କରେ ଭାରତୀୟ ପ୍ରତ୍ନତାତ୍ତିକ ବିଭାଗ ‘ଏଏସଆଇ’ ସୁପରିଟେଣ୍ଡେଣ୍ଟ ଡି.ବି ଗଡନାୟକ ସୂଚନା ଦେଇଛନ୍ତି । 2018 ମସିହାର ରିପୋର୍ଟ ଓ ଲେଜର ସ୍କାନିଂ ରିପୋର୍ଟ ଆଧାରରେ ରତ୍ନଭଣ୍ଡାର ଖୋଲାହେବ । ରତ୍ନଭଣ୍ଡାର କମିଟି ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି ସମ୍ପର୍କରେ ନିଷ୍ପତ୍ତି ନେବ । ଭାରତୀୟ ପ୍ରତ୍ନତାତ୍ତିକ ବିଭାଗ ‘ଏଏସଆଇ&rsq

କେନ୍ଦ୍ରର ବଡ଼ ଘୋଷଣା: ଜୁନ ୨୫ରେ 'ସମ୍ବିଧାନ ହତ୍ୟା ଦିବସ',

ଦେଶ ପାଳିବ 'ସମ୍ବିଧାନ ହତ୍ୟା ଦିବସ' । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ପ୍ରତିବର୍ଷ ଜୁନ ମାସ ୨୫ ତାରିଖକୁ 'ସମ୍ବିଧାନ ହତ୍ୟା ଦିବସ' ଭାବେ ପାଳନ କରାଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟ୍ବିଟର (X) ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି । ତତ୍କାଳୀନ ଇନ୍ଦିରାଗାନ୍ଧୀ ସରକାର ସେହି ସମୟରେ ଏକ ଛତ୍ରବାଦୀ ଶାସନ କରିଥିବାରୁ 'ସ

ରାଜ୍ୟପାଳଙ୍କ ପୁଅ ନାଁରେ ସାଂଘାତିକ ଅଭିଯୋଗ: ରାଜଭବନ କର୍ମଚାରୀଙ୍କୁ ଅତ୍ୟାଚାର

ଭୁବନେଶ୍ୱର: ASOଙ୍କୁ ମାଡମାରିଲେ ରାଜ୍ୟପାଳଙ୍କ ପୁଅ ! ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆସିଛି । ରାଜଭବନ କର୍ମଚାରୀ ଡ୍ୟୁଟିରେ ଥିବା ସମୟରେ ତାଙ୍କୁ ମାଡ଼ ମାରିବା ସହ ଗାଳି ଗୁଳଜ କରିଥିବା ଅଭିଯୋଗ ସାମ୍ନାକୁ ଆସିଛି । ଏନେଇ ରାଜ୍ୟପାଳ ଓ ରାଜ୍ୟପାଳଙ୍କ ସଚିବଙ୍କ ପାଖରେ ଲିଖିତ ଭାବେ ଜଣାଇଥିଲେ ପୀଡିତ ଏଏସଓ ବୈକୁଣ୍ଠନା

ବିଶ୍ବକୁ ଘାରିଛି ଜନସଂଖ୍ୟା ବୃଦ୍ଧି ଚିନ୍ତା: ୨୦୫୦ ସୁଦ୍ଧା ଟପିବ ୧୦୦୦ କୋଟି !

ଦିନକୁ ଦିନ ବଢୁଥିବା ଜନସଂଖ୍ୟା କିଛି ଉପାୟରେ ଲାଭଦାୟକ ହୋଇଥିବା ବେଳେ କିଛି ଉପାୟରେ କ୍ଷତିକାରକ ମଧ୍ୟ । ଜନଗଣନାର ଏକ ବ୍ୟାପକ ଉଦ୍ଦେଶ୍ୟ ଅଛି । ଏହା ଅଧୀନରେ, କୌଣସି ଦେଶର ଭୌଗୋଳିକ ସୀମା ମଧ୍ୟରେ ଜନସଂଖ୍ୟା ବିଷୟରେ ଗଭୀର ସୂଚନା ବୈଜ୍ଞାନିକ ପଦ୍ଧତି ମାଧ୍ୟମରେ ସଂଗୃହିତ ହୁଏ । ସୂଚନା / ତଥ୍ୟକୁ ବିସ୍ତୃତ ଭାବରେ ଅଧ୍ୟୟନ କରିବା ପରେ, ଏହାର ଆଧାରରେ ନୀତି ପ୍ର

ଆଇଏଏସ ପୂଜା ଖେଡକର ମାମଲାର ତଦନ୍ତ ପାଇଁ ଭାରତ ସରକାର ଗଠନ କଲେ କମିଟି

ମୁମ୍ବାଇ: ବଢିବାରେ ଲାଗିଛି ମହାରାଷ୍ଟ୍ରର ଚର୍ଚ୍ଚିତ ଟ୍ରେନି ଆଇଏଏସ ଅଫିସର ପୂଜା ଖେଡ଼କରଙ୍କ ମୁସ୍କିଲ । ବିବାଦ ତାଙ୍କ ପିଛା ଛାଡ଼ିବାର ନାଁ ନେଉନି । ତାଙ୍କର ବାକିଥିବା ପ୍ରୋବେସନ ପିରିୟଡ ପୁଣେ ପରିବର୍ତ୍ତେ ଏବେ ୱାଶିମରେ କଟିବାକୁ ଯାଉଛି । ନିଯୁକ୍ତି ପୂର୍ବରୁ ସେ ଘର, ବ୍ୟକ୍ତିଗତ ଷ୍ଟାଫ ଓ ଗାଡ଼ି ଦାବି କରିଥିଲେ । ତାଙ୍କ ହ୍ବାଟ୍ସଆପ ଚାଟ୍‌ ଭାଇରାଲ

ଅର୍ଦ୍ଧସୈନିକ ବାହିନୀରେ ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ବିରୋଧୀ ଦଳମାନେ ସରକାରଙ୍କୁ ଟାର୍ଗେଟ କରିଚାଲିଥିବାବେଳେ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏବେ ପୂର୍ବତନ ଅଗ୍ନିବୀରମାନଙ୍କୁ ଅର୍ଦ୍ଧସାମରିକ ବାହିନୀରେ ୧୦ ପ୍ରତିଶତ ସଂରକ୍ଷଣ ଦିଆଯିବ। ସିଆଇଏସଏଫ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବ । ଏହାକୁ ନେଇ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସଏଫ) ପକ୍ଷରୁ ସମସ୍ତ ପ୍ର

ସର୍ବୋଚ୍ଚକୋର୍ଟଙ୍କ ବଡ ରାୟ,ଇସଲାମ ଧର୍ମରେ ଛାଡପତ୍ର ପରେ ପତ୍ନୀଙ୍କୁ ଭରଣପୋଷଣ ଦେବେ ସ୍ବାମୀ

ନୂଆଦିଲ୍ଲୀ: ଛାଡପତ୍ର ମାମଲାରେ ମୁସଲିମ୍‌ ମହିଳାଙ୍କ ଅଧିକାର ସମ୍ପର୍କରେ ବଡ ରାୟ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ଯେକୌଣସି କାରଣରୁ ଛାଡପତ୍ର ହେବା ପରେ ମହିଳାଙ୍କୁ ଭରଣପୋଷଣ ବାବଦକୁ ସ୍ବାମୀଙ୍କୁ ଅର୍ଥ ରାଶି ଦେବାକୁ ହେବ । କୌଣସି ଧର୍ମ ଏହି ପ୍ରସଙ୍ଗରେ ବାଧକ ନୁହେଁ । ଏହି କ୍ଷେତ୍ରରେ ଏହା କୌଣସି ଦାନ ରାଶି ନୁହେଁ ବରଂ ତାହା ସେମାନଙ୍କ (ମହିଳା)ଙ୍କର ଅ

ମୋଦିଙ୍କୁ ଋଷର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କଲେ ପୁଟିନ

ନୂଆଦିଲ୍ଲୀ: ଋଷ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କଲେ ସ୍ଥାନୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏକ ଭବ୍ୟ ସମାରୋହରେ ଋଷର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ ସେଣ୍ଟ ଆଣ୍ଡ୍ରୁ ଦି ପ୍ରେଷ୍ଟେଲ’ ସମ୍ମାନ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ନିଜେ ରାଷ୍ଟ୍ରପତି ପୁଟିନ ମୋଦିଙ୍କୁ ସମ୍ମାନିତ କରି

ଅସନ୍ତୋଷ ଝାଡିଲେ ସୁପ୍ରିମକୋର୍ଟ, ବୁଧବାର ସୁଦ୍ଧା ବିସ୍ତୃତ ଷ୍ଟାଟସ ରିପୋର୍ଟ ଦେବେ କେନ୍ଦ୍ର ଓ NTA

ନୂଆଦିଲ୍ଲୀ: ନିଟ୍‌-ୟୁଜି ପରୀକ୍ଷା ପେପର ଲିକ୍‌ ଓ ପରିଚାଳନାରେ ହୋଇଥିବା ଅନିୟମିତତାରେ କେନ୍ଦ୍ର ଓ ପରୀକ୍ଷା ସଂସ୍ଥା ‘ଏନଟିଏ’ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସର୍ବୋଚ୍ଚ କୋର୍ଟ । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ପ୍ରଘଟ ହୋଇଛି,ଏଥିରେ ସନ୍ଦେହ ନାହିଁ । ଏହାକୁ ସ୍ବୀକାର କରିବାକୁ ପଡିବ ବୋଲି କୋର୍ଟ କହିଛନ୍ତି । ଏହା ସହ ଏହି ସଙ୍ଗ

Recent News