ଧୋକାର ଅଜବ ସଜ୍ଜା; ପ୍ରେମିକର ଗୁପ୍ତାଙ୍ଗ କାଟିଲା ଡାକ୍ତର ପ୍ରେମିକା

Odishakhabar:

 ପାଟନା: ଦିନେ ପରସ୍ପର ପ୍ରତି ଥିଲା ଅତୁଟ ଭଲ ପାଇବା । ଜଣକୁ କଷ୍ଟ ହେଉଥିଲେ ଅନ୍ୟ ଜଣେ ଆଃ ପଦେ କହୁଥିଲା । ହେଲେ ସେହି ପ୍ରେମ କାହାଣୀର ଆଜି ଭୟାବହ ରୂପ ନେଇଥିବା ଦେଖିବାକୁ ମିଳିଛି । ଡାକ୍ତର ପ୍ରେମିକା ଓ କାଉନସଲିର ପ୍ରେମିକ ମଧ୍ୟରେ ଥିବା ମିଠା ସମ୍ପର୍କରେ ତିକ୍ତତା ଆସିବା ପରେ ଯୁବତୀ ଜଣକ ସଜ୍ଜା ଦେବା ଲାଗି ଅପରାଧିକ ରାସ୍ତା ବାଛିଛି । ଧୋକାକୁ ସହ୍

କରିନପାରି ଯୁବତୀ ଜଣକ ପ୍ରେମିକର ଗୁପ୍ତାଙ୍ଗ କାଟିବା ଭଳି ଘଟଣା ସାମ୍ନାକୁ ଆସିଛି । ବିହାର ସରନ ଜିଲ୍ଲା ମଢୌର ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି ।

ବିହାର ହାଜିପୁରର 25 ବର୍ଷୀୟ ଡାକ୍ତରୀ ପ୍ରେମିକା ଏବେ ପୋଲିସ ହେପାଜତରେ ଅଛନ୍ତି । ମହିଳା ଡାକ୍ତରଙ୍କ କହିବାନୁସାରେ, "ପ୍ରେମିକ ପାଇଁ ମୁଁ ଘରଦ୍ବାର ଛାଡିଲି । କିନ୍ତୁ ସେ ମୋର ହେବାକୁ ଚାହିଁଲେ ନାହିଁ ।" ପୋଲିସ ଅଭିଯୁକ୍ତ ଯୁବତୀଙ୍କୁ ହେପାଜତକୁ ନେଇଛି । ଏହି ମାମଲା ମଢୌରା ଥାନାରେ ରୁଜୁ ହୋଇଥିବା ବେଳେ ପୋଲିସ ଯୁବତୀଙ୍କୁ ପଚରାଉଚରା କରୁଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି ।

ପୋଲିସ ଖବର ପାଇ ପହଞ୍ଚିବା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ କାଉନସିଲରଙ୍କୁ ଉଦ୍ଧାର କରିଛି । ପ୍ରଥମେ ପୋଲିସ ଯୁବକଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ପରବର୍ତ୍ତୀ ସମୟରେ ଛପରା ରେଫର କରାଯାଇଥିଲା । ଛପରାରେ ଡାକ୍ତର ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପରେ ତାଙ୍କୁ ପିଏମସିଏଚ ରେଫର କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ବୃତ୍ତିରେ ଯୁବତୀ ଜଣକ ଡାକ୍ତର ଥିବା ବେଳେ ଯୁବକ ଜଣକ ଜଣେ କାଉନସିଲର । ଉଭୟ ପରସ୍ପରର ପ୍ରେମରେ ପଡ଼ିଥିଲେ । ସାତ ଜନ୍ମର ସାଥୀ ହେବାକୁ ସ୍ବପ୍ନ ମଧ୍ୟ ଦେଖିଥିଲେ । କିନ୍ତୁ ଯୁବକଙ୍କ ନିଷ୍ପତ୍ତି ସମୟ କ୍ରମେ ବଦଳିବାରେ ଲାଗିଲା । ଯାହାକି 25 ବର୍ଷୀୟ ଡାକ୍ତରୀ ପ୍ରେମିକାକୁ ବେଶ ଆଘାତ ଦେଇଥିଲା । ଯୁବତୀ ଜଣକ ବାରମ୍ବାର ବିବାହ ପାଇଁ କହୁଥିବା ବେଳେ ଯୁବକ ଜଣକ ଏହାକୁ ଏଡ଼ାଇ ଦେଉଥିଲେ । ଯାହାକୁ ନେଇ ଉଭଯଙ୍କ ମଧ୍ୟରେ ବଚସା ମଧ୍ୟ ହେଉଥିଲା । ଜୁଲାଇ ପହିଲାରେ ଉଭୟ ରେଜିଷ୍ଟର ମ୍ୟାରେଜ କରିବାକୁ ନିଷ୍ପତ୍ତି ନେଇଥିଲେ । ଆଜି ପୂର୍ବ ଯୋଜନା ମୁତାବକ ଉଭୟ ପରସ୍ପରକୁ ଭେଟିଥିଲେ । ମାତ୍ର ଯୁବକ ଜଣକ ବିବାହ ପାଇଁ ପୁଣି ମନା କରିଥିଲେ । ଏହାପରେ ଯୁବତୀ ଜଣକ ପ୍ରେମିକର ଗୁପ୍ତାଙ୍ଗ କାଟିଥିବା ଜଣାପଡ଼ିଛି ।

Relaited News

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ; ସାର୍ବଜନୀନ ହେବ ଜଷ୍ଟିସ ରଘୁବୀର ଦାସ କମିଶନ ରିପୋର୍ଟ

ନିଷ୍ପତ୍ତି ସମ୍ପର୍କରେ ଭାରତୀୟ ପ୍ରତ୍ନତାତ୍ତିକ ବିଭାଗ ‘ଏଏସଆଇ’ ସୁପରିଟେଣ୍ଡେଣ୍ଟ ଡି.ବି ଗଡନାୟକ ସୂଚନା ଦେଇଛନ୍ତି । 2018 ମସିହାର ରିପୋର୍ଟ ଓ ଲେଜର ସ୍କାନିଂ ରିପୋର୍ଟ ଆଧାରରେ ରତ୍ନଭଣ୍ଡାର ଖୋଲାହେବ । ରତ୍ନଭଣ୍ଡାର କମିଟି ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି ସମ୍ପର୍କରେ ନିଷ୍ପତ୍ତି ନେବ । ଭାରତୀୟ ପ୍ରତ୍ନତାତ୍ତିକ ବିଭାଗ ‘ଏଏସଆଇ&rsq

କେନ୍ଦ୍ରର ବଡ଼ ଘୋଷଣା: ଜୁନ ୨୫ରେ 'ସମ୍ବିଧାନ ହତ୍ୟା ଦିବସ',

ଦେଶ ପାଳିବ 'ସମ୍ବିଧାନ ହତ୍ୟା ଦିବସ' । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ପ୍ରତିବର୍ଷ ଜୁନ ମାସ ୨୫ ତାରିଖକୁ 'ସମ୍ବିଧାନ ହତ୍ୟା ଦିବସ' ଭାବେ ପାଳନ କରାଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟ୍ବିଟର (X) ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି । ତତ୍କାଳୀନ ଇନ୍ଦିରାଗାନ୍ଧୀ ସରକାର ସେହି ସମୟରେ ଏକ ଛତ୍ରବାଦୀ ଶାସନ କରିଥିବାରୁ 'ସ

ରାଜ୍ୟପାଳଙ୍କ ପୁଅ ନାଁରେ ସାଂଘାତିକ ଅଭିଯୋଗ: ରାଜଭବନ କର୍ମଚାରୀଙ୍କୁ ଅତ୍ୟାଚାର

ଭୁବନେଶ୍ୱର: ASOଙ୍କୁ ମାଡମାରିଲେ ରାଜ୍ୟପାଳଙ୍କ ପୁଅ ! ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆସିଛି । ରାଜଭବନ କର୍ମଚାରୀ ଡ୍ୟୁଟିରେ ଥିବା ସମୟରେ ତାଙ୍କୁ ମାଡ଼ ମାରିବା ସହ ଗାଳି ଗୁଳଜ କରିଥିବା ଅଭିଯୋଗ ସାମ୍ନାକୁ ଆସିଛି । ଏନେଇ ରାଜ୍ୟପାଳ ଓ ରାଜ୍ୟପାଳଙ୍କ ସଚିବଙ୍କ ପାଖରେ ଲିଖିତ ଭାବେ ଜଣାଇଥିଲେ ପୀଡିତ ଏଏସଓ ବୈକୁଣ୍ଠନା

ବିଶ୍ବକୁ ଘାରିଛି ଜନସଂଖ୍ୟା ବୃଦ୍ଧି ଚିନ୍ତା: ୨୦୫୦ ସୁଦ୍ଧା ଟପିବ ୧୦୦୦ କୋଟି !

ଦିନକୁ ଦିନ ବଢୁଥିବା ଜନସଂଖ୍ୟା କିଛି ଉପାୟରେ ଲାଭଦାୟକ ହୋଇଥିବା ବେଳେ କିଛି ଉପାୟରେ କ୍ଷତିକାରକ ମଧ୍ୟ । ଜନଗଣନାର ଏକ ବ୍ୟାପକ ଉଦ୍ଦେଶ୍ୟ ଅଛି । ଏହା ଅଧୀନରେ, କୌଣସି ଦେଶର ଭୌଗୋଳିକ ସୀମା ମଧ୍ୟରେ ଜନସଂଖ୍ୟା ବିଷୟରେ ଗଭୀର ସୂଚନା ବୈଜ୍ଞାନିକ ପଦ୍ଧତି ମାଧ୍ୟମରେ ସଂଗୃହିତ ହୁଏ । ସୂଚନା / ତଥ୍ୟକୁ ବିସ୍ତୃତ ଭାବରେ ଅଧ୍ୟୟନ କରିବା ପରେ, ଏହାର ଆଧାରରେ ନୀତି ପ୍ର

ଆଇଏଏସ ପୂଜା ଖେଡକର ମାମଲାର ତଦନ୍ତ ପାଇଁ ଭାରତ ସରକାର ଗଠନ କଲେ କମିଟି

ମୁମ୍ବାଇ: ବଢିବାରେ ଲାଗିଛି ମହାରାଷ୍ଟ୍ରର ଚର୍ଚ୍ଚିତ ଟ୍ରେନି ଆଇଏଏସ ଅଫିସର ପୂଜା ଖେଡ଼କରଙ୍କ ମୁସ୍କିଲ । ବିବାଦ ତାଙ୍କ ପିଛା ଛାଡ଼ିବାର ନାଁ ନେଉନି । ତାଙ୍କର ବାକିଥିବା ପ୍ରୋବେସନ ପିରିୟଡ ପୁଣେ ପରିବର୍ତ୍ତେ ଏବେ ୱାଶିମରେ କଟିବାକୁ ଯାଉଛି । ନିଯୁକ୍ତି ପୂର୍ବରୁ ସେ ଘର, ବ୍ୟକ୍ତିଗତ ଷ୍ଟାଫ ଓ ଗାଡ଼ି ଦାବି କରିଥିଲେ । ତାଙ୍କ ହ୍ବାଟ୍ସଆପ ଚାଟ୍‌ ଭାଇରାଲ

ଅର୍ଦ୍ଧସୈନିକ ବାହିନୀରେ ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ବିରୋଧୀ ଦଳମାନେ ସରକାରଙ୍କୁ ଟାର୍ଗେଟ କରିଚାଲିଥିବାବେଳେ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏବେ ପୂର୍ବତନ ଅଗ୍ନିବୀରମାନଙ୍କୁ ଅର୍ଦ୍ଧସାମରିକ ବାହିନୀରେ ୧୦ ପ୍ରତିଶତ ସଂରକ୍ଷଣ ଦିଆଯିବ। ସିଆଇଏସଏଫ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବ । ଏହାକୁ ନେଇ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସଏଫ) ପକ୍ଷରୁ ସମସ୍ତ ପ୍ର

ସର୍ବୋଚ୍ଚକୋର୍ଟଙ୍କ ବଡ ରାୟ,ଇସଲାମ ଧର୍ମରେ ଛାଡପତ୍ର ପରେ ପତ୍ନୀଙ୍କୁ ଭରଣପୋଷଣ ଦେବେ ସ୍ବାମୀ

ନୂଆଦିଲ୍ଲୀ: ଛାଡପତ୍ର ମାମଲାରେ ମୁସଲିମ୍‌ ମହିଳାଙ୍କ ଅଧିକାର ସମ୍ପର୍କରେ ବଡ ରାୟ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ଯେକୌଣସି କାରଣରୁ ଛାଡପତ୍ର ହେବା ପରେ ମହିଳାଙ୍କୁ ଭରଣପୋଷଣ ବାବଦକୁ ସ୍ବାମୀଙ୍କୁ ଅର୍ଥ ରାଶି ଦେବାକୁ ହେବ । କୌଣସି ଧର୍ମ ଏହି ପ୍ରସଙ୍ଗରେ ବାଧକ ନୁହେଁ । ଏହି କ୍ଷେତ୍ରରେ ଏହା କୌଣସି ଦାନ ରାଶି ନୁହେଁ ବରଂ ତାହା ସେମାନଙ୍କ (ମହିଳା)ଙ୍କର ଅ

ମୋଦିଙ୍କୁ ଋଷର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କଲେ ପୁଟିନ

ନୂଆଦିଲ୍ଲୀ: ଋଷ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କଲେ ସ୍ଥାନୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏକ ଭବ୍ୟ ସମାରୋହରେ ଋଷର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ ସେଣ୍ଟ ଆଣ୍ଡ୍ରୁ ଦି ପ୍ରେଷ୍ଟେଲ’ ସମ୍ମାନ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ନିଜେ ରାଷ୍ଟ୍ରପତି ପୁଟିନ ମୋଦିଙ୍କୁ ସମ୍ମାନିତ କରି

ଅସନ୍ତୋଷ ଝାଡିଲେ ସୁପ୍ରିମକୋର୍ଟ, ବୁଧବାର ସୁଦ୍ଧା ବିସ୍ତୃତ ଷ୍ଟାଟସ ରିପୋର୍ଟ ଦେବେ କେନ୍ଦ୍ର ଓ NTA

ନୂଆଦିଲ୍ଲୀ: ନିଟ୍‌-ୟୁଜି ପରୀକ୍ଷା ପେପର ଲିକ୍‌ ଓ ପରିଚାଳନାରେ ହୋଇଥିବା ଅନିୟମିତତାରେ କେନ୍ଦ୍ର ଓ ପରୀକ୍ଷା ସଂସ୍ଥା ‘ଏନଟିଏ’ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସର୍ବୋଚ୍ଚ କୋର୍ଟ । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ପ୍ରଘଟ ହୋଇଛି,ଏଥିରେ ସନ୍ଦେହ ନାହିଁ । ଏହାକୁ ସ୍ବୀକାର କରିବାକୁ ପଡିବ ବୋଲି କୋର୍ଟ କହିଛନ୍ତି । ଏହା ସହ ଏହି ସଙ୍ଗ

Recent News